ବର୍ଷାହେଲେ ବ୍ରିଜ୍ ଉପରେ ପାଣି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ।

Jun 11, 2025 - 22:10
 0  22
ବର୍ଷାହେଲେ ବ୍ରିଜ୍ ଉପରେ ପାଣି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ।

ଖଜୁରୀପଡା,୧୧l୬(ଷ୍ଟାର ନିୟୁଜ ଓଡ଼ିଶା) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆରନୂଆ ଗାଁ ପଞ୍ଚାୟତ ବାଉଁଶୁଣୀ ବ୍ରିଜ ଉପରେ ବର୍ଷା ହେଲେ ପାଣି ଜମି ରହୁଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ଖଜୁରୀପଡ଼ା - ଶଙ୍କରାଖୋଲ ମୁଖ୍ୟରାସ୍ତା ଯିବା ସମୟରେ ଆର ନୂଆଗାଁ ପଞ୍ଚାୟତ ବାଉଁଶୁଣୀ ବ୍ରିଜ ଅଳ୍ପ କିଛି ବର୍ଷ ହେବ ନିର୍ମାଣ କରାଯାଇଛି । କିନ୍ତୁ ବ୍ରିଜଟି ସଠିକ ଭାବରେ ନିର୍ମାଣ କରାଯାଇନଥିବାରୁ ବର୍ଷା ହେଲେ ବ୍ରିଜ ଉପରେ ପାଣି ଜମି ରହୁଚି ଯାହା ଫଳରେ ଲୋକମାନେ ଯିବା ଆସିବା ସମୟରେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏବଂ ଲୋକ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହେଇଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାପାଇଁ ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବି ମହଲରୁ ଦାବି ହେଉଛି ।

What's Your Reaction?

like

dislike

love

funny

angry

sad

wow