ବସ ଟ୍ରକ ମୁହାମୁହି, 20ରୁ ଉର୍ଦ୍ଧ ଯାତ୍ରୀ ଆହତ , ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର ମୃତ୍ୟୁ

Oct 05, 2025 - 21:06
0 34
ବସ ଟ୍ରକ ମୁହାମୁହି, 20ରୁ ଉର୍ଦ୍ଧ ଯାତ୍ରୀ ଆହତ , ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର ମୃତ୍ୟୁ

ମୈଦଲପୁର, :-ତା.୫/୧୦(ଷ୍ଟାର ନିୟୁଜ ଓଡିଶା )ମୈଦଲପୁର ଥାନା ଅଧିନ ଆମ୍ବପାଣି ଘାଟି ଖଡକା ବୁଲାଣି ମଧ୍ୟରେ ବସ ଓ ଟ୍ରକ୍ ମୁହାମୁହି ହେବା ଫଳରେ ଘଟଣା ସ୍ଥଳରେ ଟ୍ରକ୍ ଡ଼୍ରାଇଭର ଙ୍କ ମୃତ୍ୟୁ ହୋଇଥିବା ବେଳେ 20 ଜଣ ଯାତ୍ରୀ ଆହତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏସ ବି ଏମ ଏସ ନାମକ ଏକ ଘରୋଇ ବସ ( OD10E2212) କଳାହାଣ୍ଡି ଦେଇ ଜୟପୁର ଅଭିମୁଖେ ଆସୁଥିବା ସମୟରେ ବିପରୀତ ଦିଗଦେଇ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ( WB 15E1006 )ସହ ଆମ୍ବପାଣି ଘାଟି  ଏକ ବୁଲାଣି ନିକଟରେ ମୁହାମୁହି ଧକ୍କା ହୋଇଥିଲା ଏଥିରେ ବସ ରେ ବସିଥିବା ଯାତ୍ରୀ ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ହିଁ ଟ୍ରକ ଡ୍ରାଇଭର ଙ୍କ ମୃତୁ ହୋଇଥିଲା । ମୃତ ଡ୍ରାଇଭର ର ପରିଚୟ ମିଳି ପାରିନି l ପରେ ଘଟଣା ସ୍ଥଳରେ ମୈଦଲପୁର ପୁଲିସ ଓ କଳାହାଣ୍ଡି କୋକସରା ଓ ପାପଡାହାଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ମୃତୁ ଡ୍ରାଇଭର ଙ୍କୁ ଉଦ୍ଧାର କରିବା ସହ ଆହତ ଯାତ୍ରୀ ଙ୍କୁ ଆମ୍ବୁଲାନ୍ସ ଯୋଗେ ମୈଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଛି । ଅନ୍ୟ ପଟେ ମେଡିକାଲ ରେ ଡାକ୍ତର ନ ଥିବାରୁ ଆହତ ଙ୍କ ସମ୍ପର୍କୀୟ ହୋ ହାଲ୍ଲା କରିଥିଲେ l ପରେ ପାପଡାହାଣ୍ଡି ରୁ ଡାକ୍ତର ପହଂଚି ଚିକିତ୍ସା କରିଥିଲେ l ପାପଡାହାଣ୍ଡି ବିଡିଓ କପିଳ ଦେବ ସାହୁ ମଧ୍ୟ ମେଡିକାଲ ରେ ପହଂଚି ଆଘାତ ଙ୍କ ସହ ଆଲୋଚନା କରିବା ସହ ଘଟଣା ସ୍ଥଳ କୁ ଯାଇଥିଲେ l 

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User