ବହୁ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଫସଲବୀମା କଟକ ଉଚ୍ଚତମ ନ୍ୟାୟାଳୟ ରାୟ ପ୍ରକାଶ,ନିର୍ଦୋଷ ରେ ଖଲାସ ଗୋଲାମୁଣ୍ଡା ବ୍ଲକ ଅଧ୍ଯକ୍ଷ

Apr 23, 2025 - 15:13
0 44
ବହୁ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଫସଲବୀମା କଟକ ଉଚ୍ଚତମ ନ୍ୟାୟାଳୟ ରାୟ ପ୍ରକାଶ,ନିର୍ଦୋଷ ରେ ଖଲାସ ଗୋଲାମୁଣ୍ଡା ବ୍ଲକ ଅଧ୍ଯକ୍ଷ

ଧର୍ମଗଡ଼,୨୩l୪(ଷ୍ଟାର ନିୟୁଜ ଓଡ଼ିଶା):କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ରେ ହୋଇଥିବା ଏକ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାମଲା ରେ ଗୋଲାମୁଣ୍ଡା ବ୍ଲକ ଅଧ୍ଯକ୍ଷ ବିନ୍ଦୁ ମହାନନ୍ଦ ସଂଶ୍ଳିଷ୍ଠ ନେଇ ପୁଲିସ ତାଙ୍କୁ ଗତ ସେପ୍ଟେମ୍ବର ୨୦୨୩ ରେ ଗିରଫ କରିଥିଲା ଏବଂ ଅଧ୍ଯକ୍ଷଙ୍କୁ ସାଢେ ଚାରି ମାସ ଜେଲ ଯିବାକୁ ପଡିଥିଲା।ଅଧ୍ଯକ୍ଷ ଙ୍କ ଗିରଫ କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚିତ ଖବର ହେବା ସହ ଏହା ଏକ ରାଜନୈତିକ ଷଡଯନ୍ତ୍ର ର ଗିରଫ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା । ଫସଲ ବୀମା ମାମଲାରେ ସାଢେ ଚାରି ମାସ ଜେଲ ରେ ରହି ଜାମିନ ରେ ଆସିବାର କିଛି ଦିନ ପରେ ପୁଣି ତାଙ୍କୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଗିରଫ କରାଯାଇଥିଲା । ପୁଣି ଥରେ ଗିରଫ ପରେ ଏହା ଏକ ସମ୍ପୂର୍ଣ ରାଜନୈତିକ ଷଡଯନ୍ତ୍ର ବୋଲି ଲୋକେ ଚର୍ଚ୍ଚା କରିଥିଲେ ଏବଂ ତତ୍କାଳୀନ ବିଜେତି ସରକାର ଙ୍କ ଜଣେ ପ୍ରଭାବଶାଳୀ ପୂର୍ବତନ ମନ୍ତ୍ରୀ ଙ୍କ ଆଡକୁ ଅଙ୍ଗୁଳି ଉଠିଥିଲା। ଅଧ୍ୟକ୍ଷ ଙ୍କ ଘର ରେଡ ରେ କେବଳ ୩୪୦୦ ନଗଦ ଟଙ୍କା ଓ ଏକ ଭରି ରୁ କମ ଯାହା ଦଶ ଗ୍ରାମ ସୁନା ସହିତ ଘର କୁ ହିସାବ କରି ସମୁଦାୟ ୬୪ଲକ୍ଷ ସମ୍ପତି ଦର୍ଶାଇ ବିଚାର ବିଭାଗୀୟ ହାଜତ କୁ ପଠେଇ ଦେଇଥିଲେ । ପ୍ରାପ୍ତ ମୁତାବକ ଉକ୍ତ ଘର ତାଙ୍କ ଜେଳେ ବାପା ନିର୍ମାଣ କରିଥିଲେ ଓ ଘର ନିର୍ମାଣ ହୋଇଥିବା ଜାଗା ତାଙ୍କ ସାନ ଜେଜେ ଙ୍କ ନାମରେ ରହିଥ‌ିବା ବେଳେ ଭକ୍ତ ଘର ର ବିଦ୍ୟୁତ ବିଲ ତାଙ୍କ ବାପା ନାମରେ ରହିଥିଲା । ଯାହାକି ଭିଜିଲାନ୍ସ ତାହା ତାଙ୍କର ଦସ୍ତାବିଜ ରେ ମଧ୍ୟ ଉଲ୍ଲେଖ କରିଛନ୍ତି । ତେବେ ଏହା ପୈତୃକ ସମ୍ପତି ଭାବରେ ଗଣନା ହେବା ଅନିବାର୍ଯ୍ୟ ଥିଲା।ତଥାପି ତାଙ୍କୁ ପୂର୍ବ ସରକାର ଙ୍କ ଚାପରେ ଭିଜିଲାନ୍ସ ବିଭାଗ ଗିରଫ କରି ଜେଲ ପଠେଇ ଥିଲା ବୋଲି ତାଙ୍କ ଓକିଲ ଯୁକ୍ତି ବାଢିଥିଲେ । ଠିକ ସେପରି ଫସଲବୀମା ମାମଲାରେ ବ୍ଲକ ଅଧ୍ୟକ୍ଷ ଙ୍କ ନାମରେ କୌଣସି ଲିଖୁତ ଅଭିଯୋଗ ନ ଥୁବା ସହ ତାଙ୍କର ଆକାଉଣ୍ଟ୍ କିମ୍ବା ତାଙ୍କର କୌଣସି ପରିବାର ଙ୍କ କୌଣସି ସଦସ୍ୟ ଙ୍କ ଆକାଉଣ୍ଟ ରେ ପଇସା ଆସି ନ ଥୁଲା ବା ପୁଲିସ ପାଖରେ କୌଣସି ଠୋସ ପ୍ରମାଣ ନ ଥୁବା ସତ୍ୱେ ତାଙ୍କୁ ଗିରଫ କରାଯାଇଥିଲା । ତେଣୁ ବ୍ଲକ ଅଧ୍ୟକ୍ଷ ମାନ୍ୟବର ହାଇକୋର୍ଟ ଙ୍କ ଦ୍ବାରସ୍ତ ହୋଇ ମାମଲା କୁ ରଦ୍ଧ କରିବାକୁ ପ୍ରାର୍ଥନା କରିଥିଲେ । ଏହି ମାମଲା କୁ ହାଇକୋର୍ଟ ବିଚାରକୁ ନେଇ ଉଭୟ ପକ୍ଷ ଙ୍କ ଉପସ୍ଥିତି ରେ ଶୁଣାଣି କରି ମାମଲାକୁ ରଦ୍ଧ କରିଛନ୍ତି । ଶ୍ରୀ ମହାନନ୍ଦ ନିଦୋଷ ହୋଇଥୁବା ଉଚ୍ଚତମ ନ୍ୟାୟାଳୟ ରାୟ ପ୍ରକାଶ କରିଛନ୍ତି।ତେବେ ସେ ଜଣେ ଦଳିତ ଲୋକ ବୋଲି ମୋତେ ମିଛ କେଶ ରେ ବାରମ୍ବାର ବିଜେଡି ସରକାର ଜେଲ ପଠେଇ କ୍ଷମତା ର ଅପବ୍ୟବହାର କରୁଥିବା ସେତେବେଳେ ଅଧ୍ୟକ୍ଷ କହିଥିଲେ । ଏଣୁ ସମ୍ବିଧାନ ଓ ନ୍ୟାୟଳୟ ପ୍ରତି ମୋର ସମ୍ପୂର୍ଣ ବିଶ୍ବାସ ଥିଲା ଏବଂ ତାହା ଆଜି ପ୍ରମାଣିତ ସ୍ୱରୂପ ସତ୍ୟ ର ବିଜୟ ହେଲା ବୋଲି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ନିଜ ପ୍ରତିକ୍ରିୟା ରଖୁଛନ୍ତି ।

କେସିଙ୍ଗାରୁ ସୁଜୟ  ନଙ୍ଗଳତି ଙ୍କ ରିପୋର୍ଟ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 3
Sad Sad 0
Angry Angry 0

Comments (0)

User