ବିଜେପି ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ସଦର ଥାନା ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।

Nov 24, 2025 - 07:58
0 128
ବିଜେପି ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ସଦର ଥାନା ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।

ଫୁଲବାଣୀ,୨୩|୧୧(ଷ୍ଟାର ନିୟୁଜ): ଫୁଲବାଣୀ ସଦର ଥାନାର ନୂତନ ଥାନା ଅଧିକାରୀ ଭାବରେ ପ୍ରଦୀପ କୁମାର ଜେନା ଯୋଗଦାନ କରିଛନ୍ତି। ଶ୍ରୀ ଜେନା ପୂର୍ବରୁ ଭୁବନେଶ୍ୱର ର ଚନ୍ଦକା ଓଏ ଆର ଫିଲଡ ଥାନା ଅଧିକାରୀ ଭାବରେ ସୁଚାରୁରୂପେ କାର୍ଯ୍ୟ ସଂପାଦନ କରିଥିଲେ । ଜଣେ ଯୁବ ଥାନା ଅଧିକାରୀ ଭାବରେ ଫୁଲବାଣୀ ସଦର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା, ଭାତୃତ୍ୱ, ସଂହତି ପ୍ରତିଷ୍ଠା କରିବା ସହିତ ଅପରାଧିମାନଙ୍କୁ ଦୃଢ ହସ୍ତରେ ଦମନ କରିବା କୁ ପ୍ରାଥମିକତା ଦେବେ ବୋଲି କହିଥିଲେ।ପ୍ରକାଶଯୋଗ୍ୟ, ଫୁଲବାଣୀ ସଦର ଥାନାର ଥାନା ଅଧିକାରୀ ଡି ଏସ ପି ଭାବେ ପଦୋନ୍ନତି ପାଇ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରେ ଯୋଗଦାନ କରିବା ପରେ ଫୁଲବାଣୀ ସଦର ଥାନାଅଧିକାରୀ ପଦବୀ ଖାଲି ପଡିଥିଲା। ଶ୍ରୀ ଜେନା ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁର ଙ୍କ ନେତୃତ୍ୱ ରେ ଆଜି ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ପ୍ରତିନିଧି ଲଳିତ ଦିଗାଲଙ୍କ ସମେତ ପଚାଶ ଜଣ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User