ବେଆଇନ ଧାନ କାରବାର ଅଭିଯୋଗରେ କେସିଙ୍ଗାର ବେହେରା ରାଇସ ମିଲ୍ ଓ ଗୋଦାମ ସିଲ୍
କେସିଙ୍ଗା, ୩୦l ୬ (ଷ୍ଟାର ନ୍ୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ୍ ଓ ସଂଲଗ୍ନ ଏକ ଗୋଦାମକୁ ମଙ୍ଗଳବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଏସିଏସଓ ଓ କେସିଙ୍ଗା ତହସିଲଦାରଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା।
ସୂଚନାନୁସାରେ, ରବି ଧାନ ସଂଗ୍ରହ ଋତୁରେ ଉକ୍ତ ରାଇସ ମିଲ୍ ପ୍ରକୃତ ଚାଷୀଙ୍କଠାରୁ ଧାନ କ୍ରୟ ନ କରି ଦଲାଲଙ୍କ ମାଧ୍ୟମରେ ଧାନ କିଣିଥିବା ସହ ପେଡି ପ୍ରକ୍ୟୁରମେଣ୍ଟ ପ୍ରକ୍ରିୟାରେ ଅଂଶଗ୍ରହଣ ନ କରିଥିବା ଅଭିଯୋଗ ରହିଛି। ଏଥିସହ ଜିଲ୍ଲାପାଳଙ୍କ ବୈଠକରେ ଯୋଗ ନ ଦେବା ଏବଂ ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ମନମାନୀ ଭାବେ ବହୁ ପରିମାଣର ଧାନ ମହଜୁଦ ରଖିଥିବା ଅଭିଯୋଗ ଆଧାରରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ପ୍ରଶାସନର କହିବାନୁସାରେ, ପ୍ରକୃତ ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ଏବଂ ଧାନ ସଂଗ୍ରହ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବେଆଇନ କାରବାର ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ।
ସିଲ୍ କାର୍ଯ୍ୟାନୁଷ୍ଠାନ ବେଳେ ଭବାନୀପାଟଣାର ଏସିଏସଓ ସୋନାଲି ଖରା, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବ୍ଲକ ଯୋଗାଣ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁ ଏବଂ ପୋଲିସ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।
ବିୟୁରୋ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)