ଭବାନୀପାଟଣାରେ “ଦ ନ୍ୟୁ ସେଲ୍ଟୋସ ୨୦୨୬” ର ଭବ୍ୟ ଲାଞ୍ଚ ମେଜେଷ୍ଟି କିଆ ସୋରୁମରେ ଗ୍ରାହକଙ୍କ ମଧ୍ୟରେ ଉତ୍ସା ବଡ଼ିଲା

Jan 24, 2026 - 12:52
0 26
ଭବାନୀପାଟଣାରେ “ଦ ନ୍ୟୁ ସେଲ୍ଟୋସ ୨୦୨୬” ର ଭବ୍ୟ ଲାଞ୍ଚ ମେଜେଷ୍ଟି କିଆ ସୋରୁମରେ ଗ୍ରାହକଙ୍କ ମଧ୍ୟରେ ଉତ୍ସା ବଡ଼ିଲା

କଳାହାଣ୍ଡି ଜିଲ୍ଲା, ତା. ୨୪/୦୧ (ଷ୍ଟାର ନ୍ୟୁଜ ଓଡ଼ିଶା):କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସହର ଭବାନୀପାଟଣା ସ୍ଥିତ ମେଜେଷ୍ଟି କିଆ ସୋରୁମ ପରିସରରେ କିଆ କମ୍ପାନୀର ବହୁପ୍ରତୀକ୍ଷିତ ନୂଆ କାର “ଦ ନ୍ୟୁ ସେଲ୍ଟୋସ ୨୦୨୬” ର ସରକାରି ଲାଞ୍ଚ ଉତ୍ସବ ଭବ୍ୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଏହି ଲାଞ୍ଚ କାର୍ଯ୍ୟକ୍ରମକୁ ନେଇ ଗାଡ଼ି ପ୍ରେମୀ ଓ ସାଧାରଣ ଗ୍ରାହକଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଇଥିଲା। ସକାଳରୁ ହିଁ ସୋରୁମ ପରିସରରେ ଗ୍ରାହକଙ୍କ ଭିଡ଼ ଲାଗିଥିବା ବେଳେ, ନୂଆ ମଡେଲ୍‌ର ଡିଜାଇନ୍ ଓ ଆଧୁନିକ ସୁବିଧା ଦେଖି ସମସ୍ତେ ଆକର୍ଷିତ ହୋଇଥିଲେ।ଏହି ଅବସରରେ HDB ଫାଇନାନ୍ସର ASM ପ୍ରଦେଶ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୂଆ ସେଲ୍ଟୋସ ୨୦୨୬ ମଡେଲ୍‌ର ଉନ୍ନତ ବୈଶିଷ୍ଟ୍ୟ ଓ ଗ୍ରାହକ ଉପଯୋଗୀତା ସମ୍ପର୍କରେ ମତ ପ୍ରକାଶ କରିଥିଲେ।ସେ କହିଥିଲେ ଯେ, କିଆ କମ୍ପାନୀ ସଦାସର୍ବଦା ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ନୂଆ ପ୍ରଯୁକ୍ତି ଓ ସୁରକ୍ଷା ବ୍ୟବସ୍ଥା ସହିତ ଗାଡ଼ି ଉତ୍ପାଦନ କରୁଛି। “ଦ ନ୍ୟୁ ସେଲ୍ଟୋସ ୨୦୨୬” ଯୁବପିଢ଼ି ସହ ସହିତ ପରିବାରିକ ଗ୍ରାହକଙ୍କ ପାଇଁ ମଧ୍ୟ ଏକ ଉତ୍ତମ ବିକଳ୍ପ ବୋଲି ସେ ମତ ଦେଇଥିଲେ।ଏହା ସହ ଚୋଳା ଫାଇନାନ୍ସ ASM ବିକାଶ ପୁରୋହିତ ମଧ୍ୟ ଉପସ୍ଥିତ ରହି ଗ୍ରାହକଙ୍କ ପାଇଁ ସହଜ ଫାଇନାନ୍ସ ସୁବିଧା, କମ୍ ସୁଧରେ ଲୋନ୍ ଓ ଆକର୍ଷଣୀୟ EMI ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।ମେଜେଷ୍ଟି କିଆର ମେନେଜିଂ ଡାଇରେକ୍ଟର ସରୋଜ କୁମାର ସାହୁ ନିଜ ବକ୍ତବ୍ୟରେ କହିଥିଲେ ଯେ, କଳାହାଣ୍ଡି ଓ ପାଖପାଖି ଜିଲ୍ଲାର ଗ୍ରାହକଙ୍କୁ ଉତ୍ତମ ସେବା ଦେବା ହିଁ ମେଜେଷ୍ଟି କିଆର ମୂଳ ଲକ୍ଷ୍ୟ।ସେ କହିଥିଲେ,
“ଦ ନ୍ୟୁ ସେଲ୍ଟୋସ ୨୦୨୬ ଆଧୁନିକ ଡିଜାଇନ୍, ଉନ୍ନତ ସୁରକ୍ଷା ବ୍ୟବସ୍ଥା, ଉଚ୍ଚ ମାଇଲେଜ୍ ଓ ସୁବିଧାଜନକ ଡ୍ରାଇଭିଂ ଅନୁଭୂତି ସହ ଗ୍ରାହକଙ୍କ ଆଶା ପୂରଣ କରିବ।”ସେଲସ ମ୍ୟାନେଜର ସୁମିତ ପଟ୍ଟନାୟକ ମଧ୍ୟ ନୂଆ ମଡେଲ୍‌ର ଟେକ୍ନୋଲୋଜି, ସ୍ମାର୍ଟ ଫିଚର୍ସ ଓ ସେଫ୍ଟି ସିଷ୍ଟମ୍ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।ଏହି ଲାଞ୍ଚ ଅବସରରେ ଦ ନ୍ୟୁ ସେଲ୍ଟୋସ ୨୦୨୬ ର ପ୍ରଥମ କ୍ରେତା ଭାବରେ ଅକ୍ଷୟ ସାହୁଙ୍କୁ ସୋରୁମ ପକ୍ଷରୁ ଫୁଲଗୁଛ ଓ ଉପହାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।ନିଜ ପ୍ରତିକ୍ରିୟାରେ ଅକ୍ଷୟ ସାହୁ କହିଥିଲେ ଯେ, କିଆ ସେଲ୍ଟୋସର ନୂଆ ମଡେଲ୍‌ର ଡିଜାଇନ୍, ସୁବିଧା ଓ ସୁରକ୍ଷା ବ୍ୟବସ୍ଥା ତାଙ୍କୁ ବହୁତ ଆକର୍ଷିତ କରିଛି।ଗ୍ରାହକଙ୍କ ମଧ୍ୟରେ ବଢ଼ୁଛି ଆକର୍ଷଣସମଗ୍ର କାର୍ଯ୍ୟକ୍ରମରେ ମେଜେଷ୍ଟି କିଆର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅତିଥି ଓ ଗ୍ରାହକଙ୍କୁ ସହଯୋଗ କରିଥିଲେ। ଲାଞ୍ଚ ପରେ ଗ୍ରାହକଙ୍କ ମଧ୍ୟରେ ଟେଷ୍ଟ ଡ୍ରାଇଭ୍ ନେଇ ମଧ୍ୟ ବେଶ ଉତ୍ସାହ ଦେଖାଯାଇଥିଲା।ସମଗ୍ର ଦୃଷ୍ଟିରୁ, ଭବାନୀପାଟଣାରେ ଦ ନ୍ୟୁ ସେଲ୍ଟୋସ ୨୦୨୬ ର ଲଞ୍ଚ କଳାହାଣ୍ଡି ଜିଲ୍ଲାର ଆଟୋମୋବାଇଲ୍ ବଜା

ରକୁ ଏକ ନୂଆ ଗତି ଦେବ ବୋଲି ଆଶା କରାଯାଉଛି

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User