ଉଦଯାପିତ ହେଲା ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଯୋଗ ଶିବିର ବିଶିଷ୍ଟ ଯୋଗଗୁରୁ ସ୍ବାମୀ ପରମାର୍ଥ ଦେବ ଦେଲେ ମାର୍ଗଦର୍ଶନ ଚୟନ ହେଲେ ନୂତନ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା

Jan 24, 2026 - 08:44
0 57
ଉଦଯାପିତ ହେଲା ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଯୋଗ ଶିବିର   ବିଶିଷ୍ଟ ଯୋଗଗୁରୁ ସ୍ବାମୀ ପରମାର୍ଥ ଦେବ ଦେଲେ ମାର୍ଗଦର୍ଶନ  ଚୟନ ହେଲେ ନୂତନ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା

ଭବାନୀପାଟଣା,  ତା. ୨୩/୦୧ (ଷ୍ଟାର ନିୟୁଜ ଓଡିଶା )ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାର କ୍ରୀଡ଼ା ପ୍ରାଙ୍ଗଣରେ କଳାହାଣ୍ଡି ଜିଲ୍ଲା ପତଞ୍ଜଳି ଯୋଗ ସମିତି ପକ୍ଷରୁ ଚାଲିଥିବା ଜିଲ୍ଲାସ୍ତରୀୟ ଯୋଗ ଶିବିର  ଉଦଯାପିତ ହୋଇଯାଇଛି। ଏହା ୨୦ ଜାନୁଆରୀରୁ ୨୨ ଜାନୁଆରୀ ଯାଏଁ ଚାଲିଥିଲା। ଏଥିରେ ଦେଶର ବିଶିଷ୍ଟ ଯୋଗଗୁରୁ ସ୍ବାମୀ ରାମଦେବଙ୍କ ପରମ ଶିଷ୍ୟ ସ୍ବାମୀ ପରମାର୍ଥ ଦେବ ଯୋଗ ଦେଇ ଯୋଗୀ ଭାଇଭଉଣୀ ତଥା ଛାତ୍ରଛାତ୍ରୀମାନଙ୍କୁ ଯୋଗର ମହତ୍ତ୍ଵ ତଥା ବର୍ତ୍ତମାନ ସମୟରେ ଆବଶ୍ୟକତା ଉପରେ ଆଲୋକପାତ କରେଇଥିଲେ। ଯୋଗ ଦ୍ୱାରା ଶରୀର କିପରି ସୁସ୍ଥ ରହିବ ତଥା ସ୍ୱଦେଶୀ ଆପଣେଇବାକୁ ସେ ଉଦବୋଧନ ଦେଇଥିଲେ। ପ୍ରତ୍ୟହ ସକାଳ ସାଢେ଼ ପାଞ୍ଚଟାରୁ ସାଢେ଼ ସାତଟା ପର୍ଯ୍ୟନ୍ତ ଏହି ଯୋଗ ଶିବିର ଜାରି ରହିଥିଲା। ଏହି ଶିବିରରେ ଯୋଗ ଶିକ୍ଷା, ସତସଙ୍ଗ, ଭଜନ କୀର୍ତ୍ତନ, ରାଷ୍ଟ୍ର ନିର୍ମାଣ, ସ୍ୱଦେଶୀ ବସ୍ତୁ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏ ଅବସରରେ ଭାରତ ସ୍ବାଭିମାନ ଟ୍ରଷ୍ଟ ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମୁଣ୍ଡ, ସହ ପ୍ରଭାରୀ ଶୁଭ୍ରାଂଶୁ ଶେଖର ସାହୁ, ପତଞ୍ଜଳି ଯୋଗ ସମିତି ଜିଲ୍ଲା ପ୍ରଭାରୀ ଡ. ନିହାରେନ୍ଦ୍ର ପଣ୍ଡା, ସହ ପ୍ରଭାରୀ ହେମନ୍ତ ମିଶ୍ର, ଯୁବ ପ୍ରଭାରୀ ଶୁଭ୍ରାଂଶୁ ଶେଖର ନନ୍ଦ, ଜିଲ୍ଲା ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର କୁମାର ମୁଣ୍ଡ ପ୍ରମୁଖ ନୂତନ ଭାବେ ଚୟନିତ ହୋଇଥିଲେ।
କାର୍ଯ୍ୟକ୍ରମକୁ ଭାରତ ସ୍ୱାଭିମାନ ରାଜ୍ୟ ପ୍ରଭାରୀ ସୁଧାଂଶୁ ଅଧିକାରୀ, ରାଜ୍ୟ ଯୋଗ ପ୍ରଭାରୀ ରାଧାମାଧବ ବହିଦାର, କିଷାନ୍ ସେବା ସମିତି ପ୍ରଭାରୀ ସ୍ୱୟଂପ୍ରକାଶ ଜୀ, ରାଜ୍ୟ କାର୍ଯ୍ୟାଳୟ ପ୍ରଭାରୀ ସୂର୍ଯ୍ୟକାନ୍ତ ଜୀ, ଜିଲ୍ଲା ସଂରକ୍ଷକ ଶିଶିର କୁମାର ପଟ୍ଟଯୋଶୀ, ବରିଷ୍ଠ କର୍ମକର୍ତ୍ତା ଗଜେନ୍ଦ୍ର ପ୍ରସାଦ ପାଢ଼ୀ, କିଷାନ୍ ସେବା ସମିତି ଜିଲ୍ଲା ପ୍ରଭାରୀ ନାରାୟଣ ମୁଣ୍ଡ, ହେମନ୍ତ ମୁଣ୍ଡ, ଜୟନାରାୟଣ ବାବୁ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ସହସ୍ରାଧିକ ଆଗ୍ରହୀ ବ୍ୟକ୍ତିବିଶେଷ ଯୋଗ ପ୍ରତି ଆକୃଷ୍ଟ ହୋଇ ସାମିଲ ହେଇଥିଲେ।  ଏହି ଅବସରରେ ବାଲାଜୀ ବିହାର ପରିସରରେ ପ୍ରତ୍ୟହ ସନ୍ଧ୍ୟାରେ ସ୍ବାମୀ ପରମାର୍ଥ ଦେବଙ୍କ ଦ୍ଵାରା ପ୍ରବଚନ ଓ ସତସଙ୍ଗ କାର୍ଯ୍ୟକ୍ରମ ମଧ୍ୟ ହେଉଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇ ଙ୍କ ରିପୋଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User