ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର ।

Jul 18, 2025 - 20:33
0 238
ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର ।

ଝରିଗାଁ,୧୮l୭(ଷ୍ଟାର ନିୟୁଜ ଓଡିଶା ): ଦୁଇଟି ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁଋଷିଙ୍ଗା ପଞ୍ଚାୟତ ଅନ୍ତର୍ଗତ ମହଣ୍ଡି ଗ୍ରାମରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଗୁରୁତର ବୃଦ୍ଧା ଜଣକ ହେଲେ 70 ବର୍ଷୀୟା ରସନା ଭତରା ବୋଲି ଜଣାପଡ଼ିଛି।ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୫ଟା ସମୟରେ ବୃଦ୍ଧା ଜଣକ ଶୌଚ ପାଇଁ ଯାଇଥିଲେ । ସେହି ସମୟରେ ଦୁଇଟି ଭାଲୁ ହାବୁଡ଼ରେ ପଡ଼ି ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ଘର ଠାରୁ ପ୍ରାୟ ତିନିଶହ ମିଟର ଦୂରରେ ଥିବା ପୋଖରୀକୁ ଶୌଚ କରିବାକୁ ଯାଉଥିବା ବେଳେ ଭାଲୁ ସହ ହଠାତ୍ ସମ୍ମୁଖୀନ ହୋଇଥିଲେ ବୃଦ୍ଧା। ଦୁଇଟି ଭାଲୁ ଅତର୍କିତ ଆକ୍ରମଣ କରିବାରୁ ନିଜକୁ ବଞ୍ଚାଇବାକୁ ଯାଇ ପ୍ରାଣ ବିକଳରେ ତଳେ ତଳ ମୁହାଁ ହୋଇ ପଡ଼ି ଚିତ୍କାର କରିଥିଲେ ।ଚିତ୍କାର ଶୁଣି ଆଖପାଖ ଲୋକ ପହଞ୍ଚି ଭାଲୁ କବଳରୁ ଉଦ୍ଧାର କରିଥିଲେ। ପରେ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ବୃଦ୍ଧାଙ୍କ ପିଠି ଉପରେ 9ଟି ସ୍ଥାନରେ କ୍ଷତ ହୋଇଥିବା ବେଳେ ଜଙ୍ଘରେ ଗଭୀର କ୍ଷତ ହୋଇଛି।ପ୍ରାଥମିକ ଚିକିତ୍ସା ପରେ ଉମରକୋଟ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ସୁରଭିତ ନାୟକ ସୂଚନା ଦେଇଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବନବିଭାଗ କର୍ମଚାରୀ ପହଞ୍ଚି ଗୁରୁତର ମହିଳାଙ୍କ ଅବସ୍ଥା ପଚାରି ବୁଝିଛନ୍ତି। ବନ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରକ୍ରିୟା ଜାରି ରହିଥିବା ବନ ବିଭାଗ ସୂଚନା ଦେଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User