ମାଟିଆ-୧ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ପୋଲିଓ ଦିବସ

Oct 12, 2025 - 20:27
0 12
ମାଟିଆ-୧ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ପୋଲିଓ ଦିବସ

ଭବାନୀପାଟଣା ୧୨/୧୦/ (ଷ୍ଟାର ନିୟୁଜ ଓଡିଶା )ଆମ ଦେଶ ଭାରତ ପୋଲିଓ ମୁକ୍ତ ଅଟେ। କିନ୍ତୁ ପୋଲିଓ କିଛି ପଡୋଶୀ ଦେଶ ଗୁଡ଼ିକରେ ଏବେ ବି ଅଛି, ପୁର୍ନବାର ଫେରି ପାରେ ସେଥିପାଇଁ ପାଞ୍ଚ ବର୍ଷ ଭିତର ସମସ୍ତ ଶିଶୁ ସୁରକ୍ଷିତ ରଖିବା ପାଇଁ ୧୨ ଅକ୍ଟୋବର ୨୦୨୫ ରବିବାର ଦିନ ପୋଲିଓ ଦିବସରେ ଦୁଇ ବୁନ୍ଦା ପୋଲିଓ ଦେବାକୁ କାର୍ଯ୍ୟକ୍ରମ କରିଛନ୍ତି ଭାରତ ସରକାର। ସେହି ଭଳି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଦେଓଗାଁ ଗ୍ରାମପଞ୍ଚାୟତ ଅଧିନସ୍ଥ ମାଟିଆ-୧ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ପୋଲିଓ ଦିବସରେ ୬୧ ଜଣ ୫ ରୁ କମ ବୟସ ର ସମସ୍ତ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ। କାର୍ଯ୍ୟକ୍ରମରେ କାମେଶ୍ୱରି ବେହେରା ମହିଳା ସ୍ୱାସ୍ଥ୍ୟ କର୍ମୀ, ମାଟିଆ-୧ ଅଙ୍ଗନୱାଡ଼ି କର୍ମୀ ତପସ୍ଵିନୀ ନାଏକ ଓ ଆଶା କର୍ମୀ ଇନ୍ଦୁମତି ସୁନାନୀ ଉପସ୍ଥିତ ରହି ପୋଲିଓ ବୁନ୍ଦା ଖୁଆଇ ଥିଲେ। ପୋଲିଓ ଦିବସକୁ ସୁଚାରୁରୂପେ ସମ୍ପାଦନା କରିବା ପାଇଁ ଦାୟିତ୍ଵରେ ଥିବା ପରିଦର୍ଶକ ଭରତ ଦୁର୍ଗା ପରିଦର୍ଶନ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User