ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣା, ପକ୍ଷ ରୁ ଏକ ସଫେଇ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Feb 5, 2026 - 13:19
 0  25
ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣା, ପକ୍ଷ  ରୁ ଏକ ସଫେଇ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭବାନୀପାଟଣା ତା. ୫/୦୨( ଷ୍ଟାର ନିୟୁଜ ଓଡିଶା ) ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ମଦନ ମୋହନ ମନ୍ଦିର ପରିସରରେ ସୁନ୍ଦର ବାତାବରଣ ସୃଷ୍ଟି କରିବାର ଏକ ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ହୋଇଯାଇଛି। ମନ୍ଦିର ପ୍ରାଙ୍ଗଣରେ ଏକ ସୁସ୍ଥ ଓ ସବୁଜ ବାତାବରଣ ସୃଷ୍ଟି ଉଦେଶ୍ୟରେ ଚେଷ୍ଟା CES (Centre for Enviorment study ) ଓଡିଶା ସରକାର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ଦିର ସୁରକ୍ଷା କମିଟିର ସଭାପତି ଅବସରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ଦାଶ, ଭବାନୀପାଟଣା ବ୍ଲକ ଶିକ୍ଷା ଅଧୀକାରୀ ଶ୍ରୀଯୁକ୍ତ ଆଚାରୀ ଶବର ଓ. ଇ.ଏସ(2), ଅତିରିକ୍ତ ବ୍ଲକ ଶିକ୍ଷା ଅଧୀକାରୀ ଶ୍ରୀଯୁକ୍ତ ଜଗଦୀଶ ମୁଣ୍ଡ, ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର NCC ଏବଂ ସ୍କାଉଟ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ବିଦ୍ୟାଳୟରୁ ବାହାରି ମନ୍ଦିର ପରିସର ମଧ୍ୟରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ନିମନ୍ତ୍ରିତ ଅତିଥି ମନ୍ଦିର କମିଟି ସଦସ୍ୟ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା । ନିମନ୍ତ୍ରିତ ଅତିଥିବୃନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସମ୍ବନ୍ଦୀୟ ଉପାଦେୟ ତଥ୍ୟ, ବୃକ୍ଷରୋପଣର ଆବଶ୍ୟକତା, ପରିଷ୍କାର ପରିଛନ୍ନତା ଇତ୍ୟାଦି ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରିଶେଷରେ ଛାତ୍ରଛାତ୍ରୀମାନଙ୍କୁ ସୁସ୍ଥ ଏବଂ ସୁନ୍ଦର ପରିବେଶର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେଏବଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ରାଜୁ କୁମାର ସାହୁ, ଦେବୀ ପ୍ରସାଦ ଆଚାରୀ, ଆଶୁତୋଷ ଦୁବେ, ଜଗମୋହନ ବିଶ୍ୱାଳ, ଉଦିତ ପ୍ରତାପ ସିଂ ଓ ତିଲୋତ୍ତମ ବାରିକ ଯୋଗଦାନ ଓ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR