ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ଏକ ସଫଳ ପ୍ରୟାସ, ମହିଳାଙ୍କୁ ବ୍ରଏଲର କୁକୁଡ଼ା ଫାର୍ମ ସ୍ବାବଲମ୍ବୀ କଲା

Jan 10, 2026 - 15:50
 0  22
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ଏକ ସଫଳ ପ୍ରୟାସ, ମହିଳାଙ୍କୁ ବ୍ରଏଲର କୁକୁଡ଼ା ଫାର୍ମ ସ୍ବାବଲମ୍ବୀ କଲା

ଭବାନୀପାଟଣା. ତା. ୧୦/୦୧( ଷ୍ଟାର ନିୟୁଜ ଓଡିଶା )- ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ଏକ ସଫଳ ପ୍ରxୟାସ ଓ କୃଷି ଉଦ୍ୟୋଗୀଙ୍କ ପାଇଁ ଫିଟାଇଛି ରୋଜଗାରର ବାଟ । ମନ ଥିଲେ ସୁଯୋଗ ଆପେ ଆପେ ଆସେ ଓ କଠିନ ପରିଶ୍ରମ ସଫଳତାର ଚାବିକାଠି ଏହାକୁ ପ୍ରମାଣ କରିଛନ୍ତି ମହିଳା କୃଷି ଉଦ୍ୟୋଗୀ ଝରଣା ସୁରୁଜନୀ ସାହୁ । ସରକାରୀ ସହାୟତାରେ ଆଗକୁ ବଢ଼ିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣା ସାଜିଛନ୍ତି ସୁରୁଜନୀ ନିଜ ଉଦ୍ୟମ ଓ ସରକାରୀ ପ୍ରୋସାହନ ସୁରୁଜନୀ ସଫଲ ବୃଷି ଉଦ୍ୟୋଗୀ ତାଲିକାରେ ସ୍ଥାନୀୟ ଅଞ୍ଚଳ ପାଇଁ ସୃଷ୍ଟି କରିଛି ଏକ ମାଇଲଖୁଣ୍ଟ ।
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଘଣ୍ଟାବାହଲି ଗାଁରେ ସରକାରୀ ପୋର୍ଟାଲ ମାଧ୍ଯମରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବ୍ରଏଲର କୁକୁଡ଼ା ଫାର୍ମ ପାଇଁ ଆବେଦନ କରିଥିଲେ। ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ଙ୍କ ଅନୁମୋଦନ କ୍ରମେ ବ୍ରଏଲର କୁକୁଡ଼ା
ଫାର୍ମ କାର୍ଯ୍ୟ ଆରମ୍ଭ କରିଥିଲେ ସୁରୁଜନୀ ସାହୁ  ଦେଢ଼ ଏକର ଜମିରେ ନୂତନ ଜ୍ଞାନ କୌଶଳ ମାଧ୍ୟମରେ 22 ହଜାର କୁକୁଡ଼ା ରହିବା କ୍ଷମତା ବିଶିଷ୍ଟ ସ୍ୱୟଂ ଚଳିତ ଫାର୍ମ ନିର୍ମାଣ କରିଥିଲେ । ଉପିକଳ ପକ୍ଷରୁ 1 କୋଟି 39 ଲକ୍ଷ ଟଙ୍କା ଓ ବ୍ୟାଙ୍କ ଋଣ  ବିନିଯୋଗରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ ଝରଣା। ତେବେ ଧାର୍ଯ୍ୟ ସରକାରୀ ସହାୟତା 1 କୋଟି ଟଙ୍କା  39 ଲକ୍ଷ ଟଙ୍କା ଉପରେ ସରକାରୀ ରିହାତି ମଧ୍ୟ ପାଇବେ ଭଦ୍ୟୋଗୀ । କୁକୁଡ଼ା ଖରିଦ କରୁଥିବା କମ୍ପାନୀ ତରଫରୁ ଖାଦ୍ୟ ସ୍ବାସ୍ଥ୍ୟର ଯତ୍ନ ପାଇଁ ଜଣେ ସୁପରଭାଇଜର ନିଯୁକ୍ତି କରିଛନ୍ତି। ମାସକ ମଧ୍ୟରେ କୁକୁଡ଼ାର ଓଜନ ବୃଦ୍ଧି ହୋଇଥାଏ ।  ୪୦ ଦିନ ମଧ୍ୟରେ କୁକୁଡ଼ାଙ୍କୁ ଖାଦ୍ୟ କିଭଳି ଦିଆଯିବ ତାହା କୁକୁଡ଼ା ମାସକ ମଧ୍ୟରେ ଏକ କିଲୋ ରୁ ୨ କିଲୋ ଓଜନ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ଏବାବଦକୁ ଗୋଟିଏ କୁକୁଡ଼ା ମାଧ୍ୟମରେ ୩୦ ରୁ ୪୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳୁଛି। ଦୁଇ ମାସରେ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇପାରିଛି ବୋଲି ଉଦ‌ଯୋଗୀ କହିଛନ୍ତି । ଛତିଶଗଡ ର ବ୍ରଏ

ଲର କମ୍ପାନୀ ବ୍ୟବସାୟୀ ମାନଙ୍କ ଆବଶ୍ୟକତାକୁ ନେଇ କୁକୁଡ଼ା ନେଉଛନ୍ତି ବୋଲି ଫାର୍ମ ପରିଚାଳନା କରୁଥିବା ସରୋଜିନୀ ଙ୍କ ପୁଅ ସ୍ୱାମୀ ଶରତ ସାହୁ କହିଛନ୍ତି । ଓଡିଶା ସରକାରଙ୍କ  ଏହି ଯୋଜନା ରୋଜଗାର ପାଇଁ ସହାୟକ ହୋଇପାରିଛି। ଏହି ବ୍ୟବସାୟ ପାଇଁ ବଜାର ବ୍ୟବସ୍ଥା ମଧ୍ୟ ରହିଛି। ଉତ୍ସାହୀ କୃଷି ଉଦ୍ୟୋଗୀ ଏହାର ସୁଯୋଗ ନେଇ ସଫଳତା ହାସଲ କରିପାରିବେ ବୋଲି କହିଛନ୍ତି ସଫଳ କୃଷି ଉଦ୍ୟୋଗୀ ସୁରୁଜନୀ ସାହୁ  କୃଷି ଉଦ୍ୟୋଗ ଇତିହାସରେ ନୂଆ ଫର୍ଦ ଯୋଡିଦେବ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR