ନୌଚାଳନା ଓ ତୀର ଚାଳନା ପ୍ରତିଯୋଗିତା ଉଦ୍‌ଘାଟନ କଲେ ଜିଲ୍ଲାପାଳ

Jan 10, 2026 - 15:53
0 23
ନୌଚାଳନା ଓ ତୀର ଚାଳନା ପ୍ରତିଯୋଗିତା ଉଦ୍‌ଘାଟନ କଲେ ଜିଲ୍ଲାପାଳ

କଳାହାଣ୍ଡି :- ୧୦/୦୧ ( ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୬' ପାଳନ ଅବସରରେ ପ୍ରତି ବର୍ଷ ପରି ଚଳିତବର୍ଷ ମଧ୍ୟ ଇନ୍ଦ୍ରାବତୀ ଜଳଭଣ୍ଡାରରେ ନୌକା ଚାଳନା ପ୍ରତିଯୋଗିତା ଓ କୂଳରେ ଥିବା ପାଡ଼େପଦର ପଂଚାୟତ ଅଧିନସ୍ଥ ସାନଛତରଙ୍ଗ ନିକଟରେ ତୀର ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଳ ରାମପୁର ଏବଂ ଜିଲ୍ଲା ମତ୍ସ୍ୟ ଚାଷ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ବିଧାୟକ ଲାଞ୍ଜିଗଡ଼, ପ୍ରଦୀପ କୁମାର ଦିଶାରୀ, ଜିଲ୍ଲାପାଳ କଳାହାଣ୍ଡି, ପାଓ୍ବାର ସଚିନ ପ୍ରକାଶ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭକରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ, ଅନିମେଷ ପ୍ରଧାନ (IAS)Probation, ସିଡିଓ ଦୟାମୟ ପାଢ଼ୀ ,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ପାଢ଼ୀ, ଜିଲ୍ଲା ଶାରୀରିକ ଶିକ୍ଷ୍ୟା ଅଧିକାରୀ ରୂପ କୁମାର ସିଂ, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ପ୍ରଦ୍ୟୁମ୍ନ କୁମାର ଦାଶ, ଜିଲ୍ଲା ମତ୍ସ୍ୟ ଚାଷ ଅଧିକାରୀ ଜ୍ଞାନ ରଞ୍ଜନ ସେଠି, ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧ୍ୟ ମାଝୀ, ବିଡିଓ ଧ୍ରୁବ ଚରଣ ମୁଦୁଲି,
ସାଂସଦ ପ୍ରତିନିଧି ପବିତ୍ର ନାଏକ,ବିଡ଼ିଓ ଥୁଆମୂଳ ରାମପୁର,
 ତହସିଲଦାର ସତ୍ୟ ସନାତନ ପାଣିଗ୍ରାହୀ, ଥାନା ଅଧିକାରୀ କୌଶଲ୍ୟ ସେଠ ପ୍ରମୁଖ ଉପସ୍ଥିତ ଥିବାବେଳେ ଆୟୋଜିତ କାର୍ଯ୍ୟକମର ମଞ୍ଚ ପରି ଚାଳନା କରିଥିଲେ ଏମ୍.ଏମ୍.ପି ଏସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛୀନା । ନୌଚାଳନା ପ୍ରତିଯୋଗିତାରେ ୯  ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଏଥିରେ ସାନଛତରଙ୍ଗ ଗାଁର ଦିନଥ ମାଝୀ ଏବଂ ଇନ୍ଦ୍ର ମାଝୀ ପ୍ରଥମ ପୁରସ୍କାର ପାଇଥିବାବେଳେ ଦିକରିବେଣ୍ଡା ଗାଁର ବୁଟୁ ଝାଡ଼ିଆ ଓ ସୀମା ଝାଡ଼ିଆ ଦ୍ଵିତୀୟ ସ୍ଥାନ ଏବଂ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ କେନ୍ଦୁଗୁଡା ଗାଁର ସୁବାଷ ମାଝୀ ଓ ଚକ୍ର ମାଝୀ। ସେହିପରି ତୀର ଚାଳନା ପ୍ରତିଯୋଗିତାରେ ମଧ୍ଯ ୭୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏଥିରେ କୁମୁଡାସିଲ ଗାଁର ରାଇମାଲ ମାଝୀ ପ୍ରଥମ, ଉପରଚବରୀ ଗାଁ ର ଦୀପସିଂ ମାଝୀ ଦ୍ଵିତୀୟ ଏବଂ କୁମୁଡାସେଲ ଗାଁର ବୋଗୀ ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ 
ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ବିଧାୟକ ଶ୍ରୀ ଦିଶାରୀ, ସାଂସଦ ପ୍ରତିନିଧୁ ତଥା ବ୍ଲକର ବରିଷ୍ଠ ବିଜେପି ନେତା ପବିତ୍ର ନାଏକ ଏବଂ ଅନ୍ୟ ଅତିଥୁ ମାନଙ୍କ ଦ୍ୱାରା ପୁରସ୍କାର ସ୍ୱରୂପ ମାନପତ୍ର, କପ୍ ଏବଂ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ମାଟ୍ରିକ ପରୀକ୍ଷାରେ ବ୍ଲକ ଟପ୍ସର ହୋଇଥିବା କୃତି ଛାତ୍ରୀଙ୍କୁ
ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପକ୍ଷରୁ ସ୍କଲାର୍ସି ପ୍ ଭାବେ ୨୦ ହଜାର ଟଙ୍କା ଜିଲ୍ଲାପାଳଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା। ଇନ୍ଦ୍ରାବତୀ ଜଳଭଣ୍ଡାର ତଟରେ ଅନୁଷ୍ଠିତ ଏହି ମହୋତ୍ସବକୁ ଉପଭୋଗ କରିବା ପାଇଁ ଅଞ୍ଚଳର ଜନସାଧାରଣଙ୍କ ଭିଡ ଦେଖ‌ିବାକୁ ମିଳିଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିବା ବେଳେ ରାମପୁର ଅଗ୍ନିଶମ ବିଭାଗ ନୌଚାଳନା ପ୍ରତିଯୋଗିତାର ସୁରକ୍ଷା ଦାୟିତ୍ବ ତୁଲାଇଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User