ମୃତ ବାପାଙ୍କ ଶବ ଗାଁକୁ ଆଣିବା ପାଇଁ ପୁଅର ନିବେଦନ; ସହାୟତାର ହାତ ବଢ଼ାଇଲା ବିନ୍ଦୁ ମିନା ସେବା ଫାଉଣ୍ଡେସନ

Jun 30, 2026 - 20:02
0 11
ମୃତ ବାପାଙ୍କ ଶବ ଗାଁକୁ ଆଣିବା ପାଇଁ ପୁଅର ନିବେଦନ; ସହାୟତାର ହାତ ବଢ଼ାଇଲା ବିନ୍ଦୁ ମିନା ସେବା ଫାଉଣ୍ଡେସନ

କଳାହାଣ୍ଡି:  ତା. ୩୦l୬( ଷ୍ଟାର ନିୟୁଜ ଓଡିଶା )ଗୋଲାମୁଣ୍ଡା ବ୍ଲକ ଧାମନପୁର ପଞ୍ଚାୟତର କୁଲିଆରାଗୁଡ଼ା ଗ୍ରାମର ବାସିନ୍ଦା ବାସୁ ଛତ୍ରିଆ ତାଙ୍କ ବାପା ଟେରୁ ଛତ୍ରିଆ (୬୬)ଙ୍କୁ ଚିକିତ୍ସା ପାଇଁ ଛତିଶଗଡ଼ର ରାୟପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୋମବାର ଚିକିତ୍ସାଧୀନ ଅବସ୍ଥାରେ ଟେରୁ ଛତ୍ରିଆଙ୍କ ମୃତ୍ୟୁ ଘଟିଥିଲା।

ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିବାରୁ ମୃତଦେହକୁ ନିଜ ଗାଁକୁ ଆଣିବା ପାଇଁ ସେମାନଙ୍କ ପାଖରେ ଆବଶ୍ୟକ ସମ୍ବଳ ନଥିଲା। ଏହାପରେ ପୁଅ ବାସୁ ଛତ୍ରିଆ ଏକ ଭିଡିଓ ଜାରି କରି ସୋସିଆଲ ମିଡିଆ ମାଧ୍ୟମରେ ସହାୟତା ପାଇଁ ନିବେଦନ କରିଥିଲେ। ଭିଡିଓଟି ଭାଇରାଲ ହେବା ପରେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଏହି ଭିଡିଓ ଦେଖି ବିନ୍ଦୁ ମିନା ସେବା ଫାଉଣ୍ଡେସନ ସହାୟତାର ହାତ ବଢ଼ାଇଥିଲା। ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ତୁରନ୍ତ ମୃତଦେହକୁ ରାୟପୁରରୁ ଗାଁକୁ ଆଣିବା ପାଇଁ ଏକ ଗାଡ଼ିର ବ୍ୟବସ୍ଥା କରି ପଠାଇଥିଲେ।

ଫାଉଣ୍ଡେସନ ପକ୍ଷରୁ ଜଣାପଡ଼ିଛି ଯେ, ସଂସ୍ଥା ଦୀର୍ଘଦିନ ଧରି ଗରିବ ଓ ଅସହାୟ ଲୋକଙ୍କ ସେବାରେ ନିୟୋଜିତ ରହିଆସିଛି। ପୂର୍ବରୁ ମଧ୍ୟ ବିଭିନ୍ନ ରାଜ୍ୟରୁ ଅସହାୟ ପରିବାରଙ୍କ ମୃତଦେହକୁ ସେମାନଙ୍କ ନିଜ ଭିଟାମାଟିକୁ ପହଞ୍ଚାଇବାରେ ସଂସ୍ଥା ସହଯୋଗ କରିଛି। ଏହା ସହିତ ଅଞ୍ଚଳର ବୃଦ୍ଧବୃଦ୍ଧାଙ୍କୁ ଛତା, କମ୍ବଳ, ଚପଲ ଆଦି ବଣ୍ଟନ କରି ବିଭିନ୍ନ ସେବାମୂଳକ କାର୍ଯ୍ୟ ଜାରି ରଖିଛି। ଏହି ମାନବିକ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User