ହାତୀନଦୀରେ କୁମ୍ଭୀର, ଆତଙ୍କିତ ଗ୍ରାମବାସୀ
କଳାହାଣ୍ଡି ଜିଲ୍ଲା ତା. ୧l୭ (ଷ୍ଟାରନିୟୁଜ ଓଡିଶା )ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପଲାସ ଗ୍ରାମ ନିକଟସ୍ଥ ହାତୀନଦୀ ଘାଟରେ ଏକ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି। ଆଜି ସକାଳେ କିଛି ମତ୍ସ୍ୟଜୀବୀ ନଦୀରେ ମାଛ ଧରୁଥିବା ବେଳେ ସେମାନଙ୍କ ଜାଲରେ କୁମ୍ଭୀରଟି ପଡ଼ିଥିଲା। ପରେ କୁମ୍ଭୀରଟି ଜାଲ ଛିଣ୍ଡାଇ ଖସି ପଳାଇଯାଇଥିଲା। ନଦୀରେ ପାଣି କମ୍ ଥିବାରୁ କୁମ୍ଭୀରଟି ସେହି ଅଞ୍ଚଳରେ ରହିଥିବା ସନ୍ଦେହ କରାଯାଉଛି। ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ନଦୀ ଉପରେ ନିର୍ଭରଶୀଳ ଥିବାରୁ ସେମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)