ମେଦନା ମହିମା ଟୁଙ୍ଗୀରେ ବକଳଧାରୀ ମହିମା ସମାଜର ନୁଆଁଖାଇ ପର୍ବ ପାଳିତ ।

Aug 9, 2025 - 08:13
 0  61
ମେଦନା ମହିମା ଟୁଙ୍ଗୀରେ ବକଳଧାରୀ ମହିମା ସମାଜର ନୁଆଁଖାଇ ପର୍ବ ପାଳିତ ।

ଡାବୁଗାଁ,୯l୮ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମେନା ପଂଚାୟତ ସଦର ମହକୁମା ସ୍ଥିତ ମହିମା ଟୁଙ୍ଗୀ ଠାରେ ବ୍ରହ୍ମ ଅବଧୂତ ରାମଚନ୍ଦ୍ର ବାବାଙ୍କ ତତ୍ୱାବଧାନରେ ବେସ ଧୂମଧାମରେ ନୁଆଁଖାଇ ପର୍ବ ପାଳିତ ହୋଇଯାଇଛି |ଏଥିରେ ଝରିଗାଁ ଓ ଡାବୁଗାଁ ବ୍ଲକର ବକଳଧାରୀ ମହିମା ସମାଜର ଭକ୍ତମାନେ ସପରିବାର ଯୋଗଦେଇ ନବାନ୍ନ ଭକ୍ଷଣ କରିଥିବା ଦେଖିବାକୁ ମିଳିଛି |ଶ୍ରାବଣ ମାସ ଶୁକ୍ଳପକ୍ଷର ଚତୁର୍ଦଶୀ ତିଥିରେ ମହିମା ଆଶ୍ରମରେ ଅଖଣ୍ଡ ବ୍ରହ୍ମଧୂନି ଓ ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯିବା ସହିତ ଭକ୍ତଗଣ ଅହୋରାତ୍ର ଉଜାଗର ରହି ମହିମା ନାମ ସଂକୀର୍ତନ କରିଥିଲେ |ପୁଣି ପଞ୍ଚଦଶୀ ତିଥିର ଭୋର ସକାଳୁ ମହିମା ଗୋସ୍ୱାମୀଙ୍କୁ ପଞ୍ଚାମୃତ ପଣା ଓ ନବାନ୍ନ ଅର୍ପଣ କରି ସାରିବା ପରେ ରାମଚନ୍ଦ୍ର ବାବା ଭକ୍ତ ମାନଙ୍କୁ ନବାନ୍ନ ବାଣ୍ଟିଥିଲେ |ଏହି ପର୍ବରେ ଉପସ୍ଥିତ ଅନ୍ୟ ସାଧୁସନ୍ଥ ଓ ଭକ୍ତ ବୈରାଗୀ ମାନଙ୍କ ମଧ୍ୟରେ ଗୋବର୍ଧନ ଦାଶ, ନନ୍ଦ ଦାଶ, ସୁଦର୍ଶନ ଦାଶ, ରାମ ଦାଶ, ଗଙ୍ଗା ଦାଶ, ଜଗବନ୍ଧୁ ଦାଶ, ବସନ୍ତ ତ୍ୟାଗୀ, ବଡଭାଇ ଦୟାନିଧି ଭକ୍ତ, ସଭାପତି ବଳି ଭକ୍ତ, ଟହଲିଆ ଇନ୍ଦ୍ର ଭକ୍ତ ଅଧିକାରୀ ଫୁଲସିଂ ଭକ୍ତ ଓ ଅନ୍ୟାନ୍ୟ ଭକ୍ତବୃନ୍ଦ ଉପସ୍ଥିତ ରହି ବ୍ରହ୍ମ ଅବଧୂତ ରାମଚନ୍ଦ୍ର ବାବାଙ୍କୁ ସହଯୋଗ କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow