ଜୁନାପାଣି ଆଶ୍ରମ ବିଦ୍ୟାଳୟରେ "ଆସ ସ୍କୁଲ ଯିବା" କାର୍ଯ୍ୟକ୍ରମ ଅନୁଷ୍ଠିତ।

Aug 09, 2025 - 06:30
0 23
ଜୁନାପାଣି ଆଶ୍ରମ ବିଦ୍ୟାଳୟରେ "ଆସ ସ୍କୁଲ ଯିବା" କାର୍ଯ୍ୟକ୍ରମ  ଅନୁଷ୍ଠିତ।

ଚନ୍ଦାହାଣ୍ଡି,୯l୮ (ଷ୍ଟାର ନିୟୁଜ ଓଡିଶା) : ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ଆଶ୍ରମ ବିଦ୍ୟାଳୟ ଜୁନାପାଣିରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ 2025-2026 ଅନୁଷ୍ଠିତ ହୋଇଯାଇଛି l ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରିମିଚନ ଚୌହାନଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମୋ ସ୍କୁଲ୍ ସଭାପତି ଭୀମସେନ ଡଙ୍ଗରୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାନେତ୍ରୀ ହେମ ମାଝୀ, ସମ୍ମାନୀତ ଅତିଥି ରୂପେ ରାଜକୁମାର ରୋତି, ସମାଜସେବୀ ପିତାମ୍ବର ସୋରୀ, ଶିକ୍ଷକ ପ୍ରଶାନ୍ତ କୁମାର ନାୟକ, ଗୌରୀଶଙ୍କର ଡଙ୍ଗରୀ, ଶିକ୍ଷୟିତ୍ରୀ ଭାନୁମତୀ ମହାରଣା,ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ/ସଦସ୍ୟା ଯଥା ବଂଶୀଧର ମାଝୀ, ରଜୁଲା ରୋତି,ରାଇ ସିଂ ରୋତି, ନୃସିଂହ ସିଙ୍ଗଲ୍ ପୁରୀଆ, ପୁରାତନ ଛାତ୍ର ମହେଶ୍ଵର ମାଝୀ, ମେଟ୍ରନ ଦୀପ୍ତିମୟୀ ସାମଲ, ସି.ସି.ଏ ଗଣପତି ମାଝୀ ପ୍ରମୁଖ ଯୋଗଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଗାଁର ଶିଶୁଙ୍କ ନାମ ଲେଖାଇବା, ଡ୍ରପ୍ ଆଉଟ୍ ହାର କମାଇବା, ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ ନାମ ଲେଖାଇ ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ଶିକ୍ଷା ପ୍ରତି ପିତାମାତା ତଥା ଅଭିଭାବକ ମାନଙ୍କୁ ସଚେତନ କରିବା ପାଇଁ ସଭାରେ ଆଲୋଚନା ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ଲୋକଙ୍କୁ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରି ନିଜନିଜ ପିଲାମାନଙ୍କୁ ସ୍କୁଲ୍ରେ ନାମ ଲେଖାଇବା ପାଇଁ ଅଗ୍ରସର ହେବାକୁ ବାର୍ତ୍ତା ଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଗାଁର ବହୁ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ତଥା ଗ୍ରାମବାସୀ ଯୋଗଦେଇଥିଲେ l

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User