ଯାଦବ ମହାସଭାର ବ୍ଲକ ସ୍ତରୀୟ ସମ୍ମିଳନୀ |
ଝରିଗାଁ,୨୦l୫ (ଷ୍ଟାର ନିୟଜଓଡ଼ିଶା) ନବରଂଗପୁର ଜିଲ୍ଲା ଝରିଗାଁ ଠାରେ ବ୍ଳକ ସ୍ତରୀୟ ଯାଦବ ମହାସଭାର ସମ୍ମିଳନୀ 2025ଅନୁଷ୍ଠିତ ହୋଇଯାଇଛି|ଆୟୋଜିତ କାର୍ଯ୍ୟକ୍ରମରେ ଆରାଧ୍ୟ ଦେବତା ଭଗବାନ ରାଧା ଗୋବିନ୍ଦ ଙ୍କ ପୂଜାର୍ଚନା କରାଯିବା ସହିତ ଝାଡେଶ୍ବର ମନ୍ଦିର ଠାରୁ କଳସ ଶୋଭାଯାତ୍ରାରେ ବାହାରି ଝରିଗାଁ ସହର ପରିକ୍ରମା କରାଯାଇଥିଲା।ଏହାପରେ ଝରିଗାଁ ଫରେଷ୍ଟ ବଙ୍ଗଳା ଠାରୁ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ କଳସ ଶୋଭାଯାତ୍ରାରେ ପାଛୋଟି ଆଣି ଯାଦବ ମହାସଭାର କାର୍ଯ୍ୟକ୍ରମ ସ୍ଥାନରେ ସ୍ଵାଗତ କରାଯାଇଥିଲା।ଏହାପରେ ଯାଦବ ମାନଙ୍କ ଆରାଧ୍ୟ ଦେବତା ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରି ସମସ୍ତ ଅତିଥିଙ୍କୁ ଆସନ ଅଳଙ୍କୃତ କରାଯାଇଥିଲା। ଜିଲ୍ଲା ଯାଦବ ମହାସଭାର ସଭାପତି ଭାବେ ଜିଲ୍ଲା ଯାଦବ ମହାସଭାର ସଭାପତି ତଥା ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀଙ୍କ ନବରଙ୍ଗପୁର ବ୍ଳକ ପ୍ରତିନିଧି ଶ୍ରୀଯୁକ୍ତ ଜ୍ୟୋତି ରଂଜନ କଂସ ସଭାପତି ଆସନ ଅଳଙ୍କୃତ କରିଥିଲେ। ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭାର ଯୁବ ସଭାପତି ନବ କିଶୋର ଗୈାଡ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୂଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ଶ୍ରୀଯୁକ୍ତ ନରସିଂହ ଭତ୍ରା ଏବଂ ଦ୍ଵିତୀୟ ଅଧିବେସନର ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ ଯୋଗଦାନ କରିଥିବା ବେଳେ ମୂଖ୍ୟ ବକ୍ତା ଭାବରେ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ବରେଣ୍ୟ ଅତିଥି ଭାବେ ଝରିଗାଁ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝି,ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ଉତ୍କଳ ଯାଦବ ମହାସଭାର ଉପ ସଭାପତି ଶ୍ରୀଯୁକ୍ତ ଲମ୍ବୋଦର ନିଏଲ ମହୋଦୟ, ସମ୍ମାନୀତ ଅତିଥି ଭାବେ ଝରିଗାଁ ବ୍ଳକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ମାଝୀ,ଚାରଗଡ ଯାଦବ ମହାସଭା ଅଧ୍ୟକ୍ଷ ଶ୍ରୀଯୁକ୍ତ କେନୁରାମ ୟାଦବ, ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଦେବଦାସ ମହାଙ୍କୁଡ , ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ,ସମାଜ ସେବୀ ପ୍ରିୟରଞ୍ଜନ ଦାସ ଙ୍କ ସମେତ ଜିଲ୍ଲା କାର୍ଯ୍ୟକର୍ତ୍ତା,୧୦ ଗୋଟି ବ୍ଳକ ସଭାପତିଙ୍କ ସହ ସମସ୍ତ କର୍ମକର୍ତ୍ତା ଆସନ ଅଳଙ୍କୃତ କରିଥିଲେ। ଏହା ସହ ବ୍ଳକର ସମସ୍ତ ମାଁ ଭଉଣୀ ଭାଇ ବନ୍ଧୁ ସମସ୍ତେ ଯୋଗଦାନ କରିଥିଲେ।ଝରିଗାଁ ପଞ୍ଚାୟତ ସଭାପତି ଶ୍ରୀଯୁକ୍ତ ଦିବାକର ଗୈାଡ ଝରିଗାଁ ବ୍ଳକ ସ୍ତରୀୟ ୧୦ ଦଫା ସମ୍ବଳିତ ଦାବିପତ୍ରକୁ ବୈଠକରେ ପାଠ କରିବା ସହ ଆଲୋଚନା କରି ସମସ୍ତ ଅତିଥିଙ୍କୁ ପ୍ରଦାନ କରିଥିଲେ।ଏହାପରେ ସମସ୍ତ ଅତିଥି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ଯାଦବ ମହାସଭାର ସଭାପତି ଶ୍ରୀଯୁକ୍ତ ଜ୍ୟୋତି ରଂଜନ କଂସ ନୂତନ ନିର୍ବାଚିତ ଝରିଗାଁ ବ୍ଳକ ସଭାପତି ଶ୍ରୀଯୁକ୍ତ ନନ୍ଦ ଗୈାଡ ଙ୍କୁ ପୁଷ୍ପ ମାଲ୍ୟାର୍ପଣ କରି ସଭାପତି ରୂପେ କାର୍ଯ୍ୟକରିବାକୁ ସଭା ମଧ୍ୟରେ ଦାୟିତ୍ଵ ପ୍ରଦାନ କରିଥିଲେ। ପରିଶେଷରେ ଜିଲ୍ଲା ଯାଦବ ମହାସଭାର ଉପ ସଭାପତି ଶ୍ରୀଯୁକ୍ତ ସୈନିକ ଗୈାଡ ସମସ୍ତ କର୍ମକର୍ତ୍ତା, ଅତିଥିଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲ। ଏହି କାର୍ଯ୍ୟକ୍ରମକୁ ବହୁ ପରିଶ୍ରମ କରି ସଫଳ କରିବା ପାଇଁ ଝରିଗାଁ ଗ୍ରାମ ପଞ୍ଚାୟତ ସଭାପତି ଶ୍ରୀଯୁକ୍ତ ଦିବାକର ଗୈାଡ, ସମ୍ପାଦକ ଶ୍ରୀଯୁକ୍ତ ଚତୁର୍ଭୁଜ ଖର୍ସେଲ, ଝରିଗାଁ ଯୁବ ସଭାପତି ନରସିଂହ ଗୈାଡ, ସମ୍ପାଦକ ଅରୁଣ ଗୈାଡ, କୋଷାଧ୍ୟକ୍ଷ ବନମାଳୀ ଗୈାଡ, ଦପେଦାର ସୁବାଷ ଗୈାଡଙ୍କ ସହ କୁନୁ ଗୌଡ଼ ,ଗୋପୀ ଗୌଡ଼ ,ପରମାନନ୍ଦ ଗହିର,ତୁରୁ ଭଗର୍ଥୀ,ଆଶାରାମ ଗୌଡ଼ ,କୃପାସିନ୍ଧୁ ଗୌଡ଼ ,ମହେନ୍ଦ୍ର ଗୌଡ଼ ,ଜଳନ୍ଧର ଗୌଡ଼ ,ଲାୟବନ୍ୟ ନିଆଲ,ଦୁକାଳୁ ଗୌଡ଼ ,ଗୁଣ୍ଡରୀ ଗୌଡ଼ ,ପଦ୍ମଣ ଗୌଡ଼ ଭର୍ତ୍ତ ଗୌଡ଼,ଉର୍ଦ୍ଧବ ଗୌଡ଼ ଅର୍ଜୁନ ଗୌଡ଼,ପରକ୍ଷିତ ଗୌଡ଼,ସମନାଥ ଗୌଡ଼,ଡମୁ ଗୌଡ଼ ହୃଷିକେଶ ଗୌଡ଼ ,ଭଗତରାମ ଗୌଡ଼,ବୁଟୁ ଗୌଡ଼,ସୁପେଥ ଗୌଡ଼ ,ଧବଳେଶ୍ୱର ଗୌଡ଼ ,ଚମରା ଗୌଡ଼,କମଲସାୟ ଗୌଡ଼,ବନମାଳୀ ଗୌଡ଼,ପିତାମ୍ବର କଟା ଓ ଇଶ୍ୱର ଗୌଡ଼ ଅକ୍ଲାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରାଣପଣେ ଉଦ୍ୟମ କରିଥିଲେ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)