କାର ବାଇକ୍ ମୁହାଁ ମୁହିଁ ଧକ୍କା ଦୁଇ ଗୁରୁତର।

May 21, 2025 - 09:52
 0  31
କାର ବାଇକ୍ ମୁହାଁ ମୁହିଁ ଧକ୍କା ଦୁଇ ଗୁରୁତର।

ଜୁନାଗଡ଼,୨୧l୫( ଷ୍ଟାରନିୟୁଜ ଓଡିଶା): ଜୁନାଗଡ ଥାନା ଅନ୍ତର୍ଗତ ଚିଚେଇଗୁଡା ଗ୍ରାମ ବୁଲାଣି ନିକଟ ରେ ସୋମବାର ସନ୍ଧ୍ୟା ରେ ଏକ କାର ଓ ବାଇକ୍ ମୁହଁl ମୁହିଁ ଧକ୍କା ହୋଇଛି l କାର ବାଇକ୍ ଦୁର୍ଘଟଣା ହେବା ଫଳ ରେ ବାଇକ୍ ଆରୋହୀ ଦୁଇ ଜଣ ଗୁରୁତର ହୋଇଛନ୍ତି l ସୂଚନା ମତେ ବୁଲେଟ୍(OD08U6103) ରେ ଦୁଇ ଜଣଯୁବକ ଧର୍ମଗଡ଼ ପଟୁ ଆସୁଥିବା ବେଳେ ଜୁନାଗଡ ପଟୁ ଏକ କ୍ରେଟା କାର (OD08T3707) ଯାଉଥିବା ବେଳେ ଚିଚେଇଗୁଡା ଛକ ଠାରେ ମୁହାଁ ମୁହିଁ ଧକ୍କା ହୋଇଥିଲା l ଧକl ହେବା ଫଳ ରେ ବୁଲେଟ୍ ଆରୋହୀ ଦୁଇ ଜଣ ଗୁରୁତର ହୋଇଥିବା ଜଣାଯାଇଛି l ଗୁରୁତର ଦୁଇ ଜଣ ଙ୍କୁ ପ୍ରଥମେ ଜୁନାଗଡ ଡାକ୍ତର ଖାନା କୁ ଓ ପରେ ଭବାନୀପାଟଣା କୁ ସ୍ଥାନାନ୍ତରିତ କରାଯାଇଥିଲା l ଗୁରୁତର ବାଇକ୍ ଆରୋହୀ ଦୁଇଜଣ ଭବlନିପାଟଣl ହୋଇଥିବା ସୂଚନା ମିଳିଛି l ଜୁନାଗଡ ପୋଲିସ ଘଟଣା ସ୍ଥଳରେ ପହଂଚି କାର ଓ ବୁଲେଟ୍ କୁ ଜବତ କରି ଥାନା ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

like

dislike

love

funny

angry

sad

wow