ରାଇଘର ଅଞ୍ଚଳରେ ପୁଣି ଆଉ ଜଣେ ଯୁବତୀ ଙ୍କ ଅଶ୍ଳୀଳ ଭିଡିଓ ଭାଇରଲ ।

ରାଇଘର,୨୭l୭ (ଷ୍ଟାର ନିୟୁଜ ଓଡିଶା ): ଜଣେ ନର୍ସିଙ୍ଗ ଛାତ୍ରୀଙ୍କ ଅଶ୍ଳୀଳ ଫୋଟୋ ଭାଇରଲ ହେବା ର କିଛି ଦିନ ମଧ୍ୟରେ ପୁଣି ଆଉଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରଲ ହେବାରେ ଲାଗିଛି | ଯାହାକି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି |ଏଭଳି ଘଟଣା ପୁଣି ଘଟିଛି ନବରଙ୍ଗପୁର ଜିଲ୍ଲାର ରାଇଘର ଅଞ୍ଚଳରେ |ସୂଚନା ପ୍ରକାରେ, ଉକ୍ତ ଯୁବତୀଙ୍କ ସହ ଜଣେ ଯୁବକ ଫେସବୁକରେ ବନ୍ଧୁତା କରିଥିଲେ | କିଛି ଦିନ ବନ୍ଧୁତା ହେବାପରେ ଯୁବକ ଜଣକ ଯୁବତୀଙ୍କୁ ଅଶ୍ଳୀଳ ହେବାକୁ ବାରମ୍ବାର କହୁଥିଲେ | ଯୁବତୀ ମନା ମନା କରିଦେବା ସହିତ ମୋବାଇଲ ମଧ୍ୟ ବନ୍ଦ କରିଦେଇଥିଲେ |କିନ୍ତୁ ଯୁବକ ଜଣକ ଯୁବତୀଙ୍କ ଗୋଟିଏ ଫୋଟୋକୁ ଏଡିଟିଙ୍ଗ କରି ଅଶ୍ଳୀଳ ରୂପ ଦେଇ ମୋବାଇଲ ରୁ ମୋବାଇଲ କୁ ଛାଡିଦେଇଥିଲେ | ଯାହାଫଳରେ ଯୁବତୀଙ୍କ ମାନ ସମ୍ମାନକୁ ଆଞ୍ଚ ଆସିବାରୁ ସେ ରାଇଘର ଥାନାର ଦ୍ୱାରସ୍ତ ହୋଇ ଉକ୍ତ ଯୁବକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ |ଅଭିଯୋଗ କୁ ଭିତ୍ତି କରି ରାଇଘର ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ|
What's Your Reaction?






