ଖାଦ୍ୟ ଯୋଗାଣ କଲ୍ୟାଣ ମନ୍ତ୍ରୀଙ୍କୁ ରାଇଘରରେ ଭବ୍ୟ ସ୍ୱାଗତ ।

Jul 27, 2025 - 17:28
0 210
ଖାଦ୍ୟ ଯୋଗାଣ କଲ୍ୟାଣ ମନ୍ତ୍ରୀଙ୍କୁ ରାଇଘରରେ ଭବ୍ୟ ସ୍ୱାଗତ ।

ରାଇଘର ,୨୭l୭( ଷ୍ଟାର ନିୟୁଜ ଓଡିଶା ): ଆଜି ଆମ ଖାଦ୍ୟ ଯୋଗାଣ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ନବରଙ୍ଗପୁର ଗସ୍ତରେ ଆସି ରାଇଘର ଗସ୍ତ କରିଥିବା ବେଳେ ରାଇଘରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି |ଓଡିଶା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠି ଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ଓ ବିଜେପିର ବରିଷ୍ଠ ଓ କନିଷ୍ଠ ନେତା, ନେତ୍ରୀ ଓ କର୍ମୀ ଓ ସମର୍ଥକ ମାନେ ବିପୁଳ ସଂଖ୍ୟାରେ ଉପସ୍ଥିତ ରହି ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି |ଏହି ପରିପ୍ରେକ୍ଷୀରେ ଏକ ସାଧାରଣ ସଭାର ମଧ୍ୟ ଆୟୋଜନ ହୋଇଛି |ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଞ୍ଚ ପରିଚାଳନା କରି ଅତିଥି ପରିଚୟ ପ୍ରଦାନ କରିବା ସହିତ ଅତିଥି ମାନଙ୍କୁ ମଂଚାସୀନ କରେଇଥିଲେ |ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତିଭାବେ ଓଡିଶା ଖାଦ୍ୟ ଯୋଗାଣ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିବା ବେଳେ ବରେଣ୍ୟ ଅଥିତି ମାନଙ୍କ ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ଝରିଗାଁ ବିଧାୟକ ନରସିଂ ଭତ୍ରା,ଉପ ଜିଲ୍ଲାପାଳ, ସାଂସଦ ପ୍ରତିନିଧି ପ୍ରୀତି ଶିଙ୍ଗନା ମହାପାତ୍ର ଓ ବରିଷ୍ଠ ବିଜେପି କାର୍ଯ୍ୟକର୍ତାମାନେ ମଞ୍ଚାସିନ ରହିଥିଲେ |ମୁଖ୍ୟ ଅତିଥି ଓ ବରେଣ୍ୟ ଅତିଥିମାନେ ମୋଦି ସରକାରଙ୍କ ଶାସନ ଶୈଳୀ ଓ ମୁଖ୍ୟମନ୍ତ୍ରୀଙ୍କ ବର୍ଷ ଏକ ଉପଲବ୍ଧି ଅନେକ ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଜନସାଧାରଣଙ୍କୁ ବୁଝେଇଥିଲେ |ତତ ସହିତ ମୋଦି ସରକାରଙ୍କ ଦ୍ୱାରା ପ୍ରଣିତ ହେଉଥିବା ସମସ୍ତ ଜନ କଲ୍ୟାଣ କାରି ଯୋଜନା ସବୁ ବିଷୟରେ ପ୍ରାଞ୍ଜଳ ଭାବେ ବୁଝେଇଥିଲେ |କାର୍ଯ୍ୟକ୍ରମ ଶେଷରେ କିଛି ଚାଷୀଙ୍କୁ ବୋନସ ଟଙ୍କା ଓ କିଛି ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଥିଲା ଓ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User