ରାଜସ୍ବ ନିରୀକ୍ଷକଙ୍କ ବଦଳୀ ଦାବୀରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ ।

ଝରିଗାଁ,୧୬l୫(ଷ୍ଟାର ନିୟୁଜ ଓଡ଼ିଶା) : ଝରିଗାଁ ବ୍ଲକର ଫୁଫୁଗାଁ ପଂଚାୟତ ସଦର ମହକୁମାର ରାଜସ୍ବ ନିରୀକ୍ଷକ ମୋନାଲିସା ପଣ୍ଡାଙ୍କ ବଦଳୀ ଦାବୀରେ ତିନି ଗୋଟି ପଂଚାୟତ ଯଥା ପାଳିଆ, ଭାଲୁକନାଡି ଓ ଫୁଫୁଗାଁ ର ସରପଞ୍ଚ ଓ ସମିତି ସଭ୍ୟ ମାନେ ମିଳିତ ଭାବେ ଆଜି ଝରିଗାଁ ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିବା ସୂଚନା ରହିଛି |ତିନି ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ଅଭିଯୋଗ ପ୍ରକାରେ ଶ୍ରୀମତୀ ପଣ୍ଡା ଜମାବନ୍ଦୀ ଜମିର ଭାଗବଣ୍ଟା ବାବଦକୁ ତିରିଶ ରୁ ଚାଳିଶ ହଜାର ଟଙ୍କା,ଚାରିସେଣ୍ଟ ଘରବାରୀ ପଟ୍ଟା କରେଇଦେବା ପାଇଁ ଚାରି ରୁ ପାଞ୍ଚ ହଜାର ଟଙ୍କା ଆଦାୟ କରୁଛନ୍ତି |ତାଛଡା ଛାତ୍ରଛାତ୍ରୀ ମାନଙ୍କ ଜାତି ପ୍ରମାଣ ପତ୍ର ବାବଦକୁ ବି ପଇସା ମାଗିବା ସହିତ ପ୍ରମାଣ ପତ୍ର ନଦେଇ ଅନେକ ନିରୀହ ଛାତ୍ରଛାତ୍ରୀ ମାନଙ୍କୁ ହଇରାଣ ହରକତ କରୁଛନ୍ତି |ଝରିଗାଁ ଭଳି ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ନିରୀହ ଆଦିବାସୀ ମାନଙ୍କୁ ଶୋଷଣ କରିଚାଲିଛନ୍ତି |ତେଣୁ ଆର ଆଇ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଅନ୍ୟତ୍ର ବଦଳୀ କରାଯାଉ ବୋଲି ସମସ୍ତେ ଦାବୀ କରିଛନ୍ତି |ରାଜସ୍ବ ନିରୀକ୍ଷକଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା, ହେଲେ ସେ ଫୋନ ନଉଠେଇବାରୁ ତାଙ୍କ ପ୍ରତିକ୍ରିୟା ନିଆଯାଇ ପାରିନି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






