ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ।

Jun 04, 2025 - 14:13
0 58

ଭବାନୀପାଟଣା, ୪l୬(ଷ୍ଟାରନିୟୁଜ ଓଡିଶା ): ରାଜ୍ୟର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୂବନେଶ୍ୱର ସ୍ଥିତ କନଭେନସନ ହଲ ଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ଓ ସେବାର ଉଦଘାଟନ କରିଛନ୍ତି। ଏହି କ୍ରମରେ କେନ୍ଦୁଝର ରାମଚନ୍ଦ୍ର ପୁର ଠାରେ ଏକ ସ୍ଵୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା କେନ୍ଦ୍ରର ସ୍ଥାପନ ପାଇଁ ଶିଳାନ୍ୟାସ ମଧ୍ଯ ହୋଇଛି। ଏଠାରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ପାରଦର୍ଶିତାର ସହ ଗାଡ଼ିର ଫିଟନେସ ପରୀକ୍ଷା ସଂପନ୍ନ କରାଯିବ । ଦୁର୍ଘଟଣା କେବଳ ପରିବାର କି ରାଜ୍ୟ ନୁହେଁ ସମଗ୍ର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା କୌଣସି ବ୍ୟକ୍ତିଗତ କ୍ଷତି ନୁହେଁ ବରଂ ସାମଗ୍ରୀକ କ୍ଷତି । ଘରୁ ବାହରିବାଠୁଁ ନେଇ ଫେରିବା ପର୍ଯ୍ୟନ୍ତ ସଡ଼କର ସମସ୍ତ ନିୟମ ସଠିକ୍ ଭାବେ ପାଳନ କରନ୍ତୁ ଓ ସୁରକ୍ଷିତ ଭାବେ ଘରକୁ ଫେରିବାକୁ ନିଶ୍ଚିତ କରନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୂନ ଦୁର୍ଘଟଣା ଦିବସର ଶୁଭାରମ୍ଭ ଅବସରରେ ଉଦ‌ବୋଧନ ଦେଇ କହିଛନ୍ତି। ଗାଡ଼ି ଚାଳନାର Speed thrills, but it also kills କୁ ଚାଳକମାନେ ଭୁଲି ଯାଉଛନ୍ତି ।ଏଥ୍ ସହିତ ଭୁଲ ପାର୍ଶ୍ବରେ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚାଳନା ଓ ଗାଡ଼ି ଚାଳନା ସମୟରେ ମୋବାଇଲ ବ୍ୟବହାର ଯୋଗୁଁ ଦୁର୍ଘଟଣା ଜନିତ ମୃତ୍ୟୁ ମଧ୍ଯ ଘଟୁଛି । ରାଜ୍ୟର ପ୍ରଥମ ଏଥିପାଇଁ ୨୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ୨୭.୩ କୋଟି ଟଙ୍କା ବ୍ୟୟରେ ପୁରୀରୁ ଅଯୋଧ୍ୟା, ତିରୁପତୀ, ଉଜ୍ଜୈନ, ହାଇଦ୍ରାବାଦ, ଭିଲାଇ, ଭୁବନେଶ୍ବରରୁ ବିଶାଖାପାଟଣା, ଭବାନୀପାଟଣାରୁ ହାଇଦ୍ରାବାଦ ଏବଂ ରାଇଘରରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ୧୫ ଟି ସୁପର ପ୍ରିମିୟମ୍ ଭୋଲଭୋ ବସ୍ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଥିଲେ । ଅଟଳ ବସ୍‌ଷ୍ଟାଣ୍ଡକୁ ମଧ୍ୟ ଶୁଭାରମ୍ଭ କରିବା ସହିତ OSRTC ର ସମନ୍ବିତ ପରିବହନ ପରିଚାଳନା ବ୍ୟବସ୍ଥା (ITMS) ଏବଂ ସମନ୍ବିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର (ICCC) ର ଲୋକାର୍ପଣ କରିଥିଲେ । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ,ଗୁଡ଼ିକ ସଡକ ସୁରକ୍ଷା ଦିଗରେ ବେଶ୍ ଉପଯୋଗୀ । ଲୋକଙ୍କୁ ସୁରକ୍ଷିତ ଓ ଉନ୍ନତ ପରିବହନ ସେବା ଦେବା ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ । ଶୂନ ଦୁର୍ଘଟଣା ଦିବସ ପାଳନର ବ୍ରାଣ୍ଡ ଆମ୍ବାସଡର ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଏବଂ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସଡ଼କ ସୁରକ୍ଷା ସମ୍ବନ୍ଧିତ ସଚେତନତା ବାର୍ତ୍ତା ଦେଇଥିଲେ । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଠିକ୍ ସମୟରେ ଡାକ୍ତରଖାନାରେ ପ‌ହଞ୍ଚାଇ ଜୀବନ ରକ୍ଷା କରିଥିବାରୁ ଅବିନାଶ ପାଣିଗ୍ରାହୀ, ବିଶ୍ବରଞ୍ଜନ ପାଢ଼ୀ, ପଞ୍ଚାନନ ଦାସ, ଶ୍ରୀନିବାସ ବେହେରା ଓ ସବିତା ରାଣୀ ପରିଡ଼ାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବନ୍ଧିତ କରିଥିଲେ । ଏହି ପରି ପ୍ରେକ୍ଷୀରେ ରେ ଆଜି ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲାପାଳ ଭିଡିଓ କନଫରେସିଂ ହାଲ ଠାରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଲବିକା ଦେବୀ, ଧର୍ମଗଡ଼ ବିଧାୟକ ମାନ୍ୟବର ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ, କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ପାୱାର ପ୍ରକାଶ ସଚିନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଗତିକୃଷ୍ଣ ସାମନ୍ତରାୟ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ, ବିଶିଷ୍ଟ ସମାଜସେବୀ ଶ୍ରୀ ଯୁଗଳ କିଶୋର ପୋଢ଼, ଶିକ୍ଷ୍ୟାବିତ୍ତ ଉମେଶ କୁମାର ଶତପଥୀ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ, ସ୍ୱେଚ୍ଛାସେବୀ ଏବଂ ଜନସାଧାରଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ ଏବଂ ସଡ଼କ ସୁରକ୍ଷା ଶପଥ ପାଠ କରିଥିଲେ। ଏହି ଅବସରରେ ଭବାନୀପାଟଣା ଠାରୁ ହାଇଦ୍ରାବାଦ କୁ ଜଗନ୍ନାଥ ଏକ୍ସପ୍ରେସ ବସର ଶୁଭାରମ୍ଭ କରାଯାଇଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User