ପାଚିଲା ଆମ୍ବ ପାଇଁ ଆମ୍ବତୋଟାରେ ଜମୁଛି ପିଲାଙ୍କ ଭିଡ଼ ।

Jun 4, 2025 - 14:16
 0  146
ପାଚିଲା ଆମ୍ବ ପାଇଁ ଆମ୍ବତୋଟାରେ ଜମୁଛି ପିଲାଙ୍କ ଭିଡ଼ ।

ଝରୀଗାଁ,୪l୬ (ଷ୍ଟାର ନିୟୁଜ ଓଡିଶା ): ପାଚିଲା ଆମ୍ବ ଖାଇବାକୁ କାହାର ବା ଇଛା ନ ଥାଏ |ଋତୁ କାଳୀନ ଏହି ଫଳ ପ୍ରତି ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ଆଗ୍ରହ ରହିଛି |ସହରାଞ୍ଚଳରେ ଲୋକେ ବଜାରରୁ କିଣି ଖାଉଥିବା ବେଳେ ଗ୍ରାମାଞ୍ଚଳ ର କଥା କିନ୍ତୁ ଅଲଗା |ଗ୍ରାମ ମାନଙ୍କରେ ଥିବା ଆମ୍ବତୋଟା ମାନଙ୍କରେ ଏବେ ମାଲମାଳ ଶିଶୁ ଓ ଯୁବକ ଯୁବତୀ ମାନଙ୍କ ଭିଡ଼ |ଅପେକ୍ଷା ଥାଏ କେତେବେଳେ ପାଚିଲା ଆମ୍ବଟେ ଝଡି ପଡିବ |ଆମ୍ବ ପଡ଼ୁ ପଡ଼ୁ ଧାଇଁ ପଡୁଛନ୍ତି ପିଲାମାନେ |ନବରଙ୍ଗପୁର ଜିଲ୍ଲାର ଝରୀଗାଁ ଅଂଚଳରେ ଏଭଳି ବହୁ ପୁରୁଣା ଦେଶୀ ଓ କଲମୀ ଆମ୍ବତୋଟା ସବୁ ରହିଛି |ଏବେ ଆମ୍ବ ଖାଇବାକୁ ଆମ୍ବତୋଟା ମାନଙ୍କରେ ପିଲାମାନଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳୁଛି |ହାତରେ ମୋଟା ବାଡ଼ି ଓ ଟେକାପଥର ଫିଙ୍ଗି ଆମ୍ବ ତୋଳୁଛନ୍ତି |ତାତି ବଢିବା ସହ ପବନରେ ପାଚିଲା ଆମ୍ବ ସବୁ ଝଡି ପଡୁଛି |ଝଡି ପଡୁଥିବା ଆମ୍ବ ଗୋଟାଇ ପିଲାମାନେ ଖୁସିରେ ଖାଉଛନ୍ତି |ଘରୁ ବାହାରି ଆମ୍ବତୋଟା ମାନଙ୍କରେ ଆସର ଜମାଉଛନ୍ତି ପିଲାମାନେ |ଛୁଟିରେ ତୋଟା କୁ ଯାଇ ଆମ୍ବ ତୋଳି ଖାଇବାର ମଜା ନିଆରା ଥିବା କହିଛନ୍ତି ସ୍ଥାନୀୟ ପିଲାମାନେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow