ସୁନାମାଲ ନିଖୋଜ ନାବାଳିକା କୋକସରା ଥାନାର ଦ୍ବାରସ୍ଥ ପୀଡିତାଙ୍କ ନ୍ୟାୟ ଦାବି କଲେ ଗ୍ରାମବାସୀ ଓ ଯାଦବ ସମାଜ

Aug 02, 2025 - 15:52
0 20
ସୁନାମାଲ ନିଖୋଜ ନାବାଳିକା କୋକସରା ଥାନାର ଦ୍ବାରସ୍ଥ  ପୀଡିତାଙ୍କ ନ୍ୟାୟ ଦାବି କଲେ ଗ୍ରାମବାସୀ ଓ ଯାଦବ ସମାଜ

ଭବାନିପାଟଣା  ତା.୨/୮( ଷ୍ଟାର ନିୟୁଜ ଓଡିଶା) : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ସୁନାମାଳ ଗ୍ରାମର ନାବାଳିକା  ଗତ ଜୁନ ଷୋହଳ ତାରିଖ  ସଂନ୍ଧ୍ୟା ରୁ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି ପରେ ନ ପାଇବାରୁ  କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଅଭିଯୋଗର ଏକମାସ ବିତିଯାଇ ଥିଲେ ସୁଦ୍ଧା ପୋଲିସ ନାବାଳିକାକୁ ଖୋଜିବାରେ ବିଫଳ ହୋଇଥିଲା। ଦୀର୍ଘ ଏକ ମାସ ପରେ ଉକ୍ତ ନାବାଳିକା   କୋକସରା ଥାନାକୁ ଆସିଥିଲା । ନାବାଳିକାକୁ କାଉନସିଲିନ ପାଇଁ କୋକସରା ପୋଲିସ,କଳାହାଣ୍ଡି ଶିଶୁ ମଙ୍ଗଳ ସମିତିଙ୍କ ସହାୟତାରେ ଭବାନୀପାଟଣାର ଶମ୍ଭୁନଗରପଡା ସ୍ଥିତ ମୁକ୍ତ ଆବାସକୁ ସ୍ଥାନାନ୍ତର କରାଯାଇଥିଲା l ଖବର ପାଇ ଉତ୍କଳ ଯାଦବ ମହାସଭା ରାଜ୍ୟ ମହିଳା ସଭାନେତ୍ରୀ ସଂଯୁକ୍ତା ବେହେରା,କଳାହାଣ୍ଡି ଜିଲ୍ଲା ଯାଦବ ସମାଜର କର୍ମକର୍ତ୍ତା ଡାକେ ଲହଜଳ, ଜଗଦିଶ ଯାଦବ,ଯୁବ ସମାଜ ସେବୀ ପିତବାସ ବେହେରା, ଲବଣୀ ରାଉତ,ସୁନାମାଲ ଗ୍ରାମ ବାସୀ,କୋକସରା  ଯାଦବ ସମାଜର କର୍ମକର୍ତ୍ତା ସମେତ ନାବାଳିକାର ବାପା-ମା କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଯାଇ ଉପଯୁକ୍ତ ନ୍ୟାୟ ଦାବି କରିଥିଲେ l ନାବାଳିକା ର ଶାରୀରିକ ଅସୁସ୍ଥତା ହେତୁ ବାପା-ମାଁ,ସଂଯୁକ୍ତା ବେହେରା,ପିତବାସ ବେହେରା ଓ ତୁଳମଣି ନାଗଙ୍କ ସହଯୋଗ ରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ l ସ୍ବାସ୍ଥ୍ୟବସ୍ଥା ରେ ସୁଧାର ଆସିବା ପରେ ନାବାଳିକା  ସମସ୍ତ ତଥ୍ୟ ଓ ଘଟଣା ସହ ଗତ ୨୭ ଜୁଲାଇ ସନ୍ଧ୍ୟାରେ କୋକସରା ଥାନାର ଦ୍ୱାରସ୍ଥ ହୋଇଥିଲେ l ସୂଚନା ଯୋଗ୍ୟ ଯେ ସୁନାମାଲ ଗ୍ରାମର ବସନ୍ତ ମାଝୀଓ ଡଙ୍ଗରିଗୁଡା ଗ୍ରାମର ବସନ୍ତ କେତକୀ ଗତ ଜୁନ ୧୯,ତାରିଖ ଦିନ କୌଶଳ କ୍ରମେ ଜୈନିକ ନାବାଳିକାକୁ ଅପହରଣ କରିଥିଲେ ଓ ଡଙ୍ଗରିଗୁଡା ଗ୍ରାମର  ବସନ୍ତ କେତକୀଙ୍କ ଘରକୁ ନେଇ ତିନି ଦିନ ଧରି ଦୁଷ୍କର୍ମ ସହ ଶାରୀରିକ,ମାନସିକ ଓ ଯୌନ ନିର୍ଯାତନା ଦେଇଥିଲେ l ପରେ ଅପହରଣ କାରୀ ନାବାଳିକାକୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କୁ ନେଇ ଦୀର୍ଘ ଦିନ ଧରି ଯୌନ ନିର୍ଯାତନା ଦେଇଥିଲେ l କୌଣସି ମତେ ନାବାଳିକା ଖସି ଆସିବାରେ ସଫଳ ହୋଇ ଗତ ଜୁଲାଇ  ୧୯,ତାରିଖଦିନ କୋକସରା ଥାନାକୁ ପହଞ୍ଚିଥିଲେ l  ପୀଡିତା ଙ୍କୁ ନ୍ୟାୟ ପ୍ରଦାନ ଓ ଦୁଷ୍କର୍ମକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକରି,ନ୍ୟାୟ ଦେବାରେ ଅବହେଳା କରାଗଲେ ରାଜରାସ୍ତାକୁ ଓଲ୍ଲାଇ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି ସୁନାମାଲ ଗ୍ରାମବାସୀ ଓ ଯାଦବ ସମାଜ l ନାବାଳିକାର ଅଭିଯୋଗ କୁ ଆଧାର କରି କୋକସରା ପୋଲିସ ଏକ ମାମଲା ରୁଜୁ ସହ ଡାକ୍ତରୀ ମାଇନା କରି ଗତ ୩୦ ଜୁଲାଇ ଅପରାହ୍ନ ରେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲା ଏବଂ ଅଧିବେଶନ ବିଚାରପତି, ଶିଶୁ ଯୌନ ଶୋଷଣ (ପସ୍କୋ) ଙ୍କ ସମ୍ମୁଖରେ ପୀଡିତା ର ବୟାନ ରେକର୍ଡ କରି ଫେରାର ଅଭିଯୁକ୍ତ ଙ୍କୁ ଗିରଫ ପାଇଁ ପୋଲିସ ସନ୍ଧାନ ସହିତ ତଦନ୍ତ ଜାରି ରଖିଛନ୍ତି ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User