ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା କଳାହାଣ୍ଡି ରୁ ଜଣେ ଶିକ୍ଷକଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

Aug 02, 2025 - 15:48
0 26
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା  କଳାହାଣ୍ଡି ରୁ ଜଣେ ଶିକ୍ଷକଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ବନୀପାଟଣା ତା.୨/୭( ଷ୍ଟାର ନିୟୁଜ ଓଡିଶା) : ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗୁରୁବାର ଆଉ ୩ ଜଣଙ୍କୁ  କ୍ରାଇମବ୍ରାଞ୍ଚ ଉଠାଇ
ନେଇଛି। ସେଥିମଧ୍ୟରୁ କଳାହାଣ୍ଡିରୁ ଜଣେ ପ୍ରଧାନ ଶିକ୍ଷକ ରହିଛନ୍ତି।  ଗୁରୁବାର ପୂବାହ୍ନରେ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ  ଭେଜିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ଜଣାପଡିଛି। ଯାହାକୁ ନେଇଁ ଜିଲାରେ ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି।ପ୍ରଧାନ ଶିକ୍ଷକ ଖମାରୀ ଦୀର୍ଘ ଦିନ ହେବ ଏହି କାମରେ ଲିପ୍ତ ଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ସେହିପରି ପ୍ରଧାନଶିକ୍ଷକ ଖମାରି ପୂର୍ବରୁ କଳାହାଣ୍ଡି ଓ ରାଜ୍ୟ ଏକ୍ସ କ୍ୟାଡ଼ର ସଂଘର ସମ୍ପାଦକ ମଧ୍ୟ ରହିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User