ଡ଼ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୩ ତମ ବଳିଦାନ ଦିବସ ପାଳିତ ।
ଫୁଲବାଣୀ,୨୩l୬ (ଷ୍ଟାର ନିୟୁଜ ଓଡ଼ିଶା): ଆଜି ଦେଶବ୍ୟାପି ଡ଼ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୩ ତମ ବଳିଦାନ ଦିବସ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ମଧ୍ୟ ଡ଼ ମୁଖାର୍ଜୀଙ୍କ ୧୨୩ ତମ ବଳିଦାନ ଦିବସ ପାଳନ କରାଯାଇଛି । ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁର ଙ୍କ ପୌରୋହିତ୍ୟ ରେ ଗୁମାଗଡ଼ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ବକ୍ତା ଭାବେ ଯୋଗଦେଇ ଡ଼ ମୁଖାର୍ଜୀଙ୍କ ବାଲ୍ୟ ଜୀବନ, ରାଜନୈତିକ ଜୀବନ ତଥା ଭାରତୀୟ ଜନତା ପାର୍ଟି ଗଠନରେ ତାଙ୍କର ବିଶିଷ୍ଟ ଅବଦାନ ବିଷୟରେ ପ୍ରାଞ୍ଜଳ ଭାବେ ବୁଝେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ଗ୍ରାମୀଣ ସାଧାରଣ ସମ୍ପାଦକ ଲଳିତ କୁମାର ଦିଗାଲ, ବିଧାୟକଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି କରୁଣା କର ସାହୁ, ଗୁମାଗଡ଼ ଗ୍ରାମ ପଂଚାୟତର ପ୍ରମୁଖ ରାମଚନ୍ଦ୍ର କହଁର, ରାଜେଶ ଦିଗାଲଙ୍କ ସମେତ ଅଞ୍ଚଳର ଶତାଧିକ ବିଜେପି କାର୍ଯ୍ୟକର୍ତା, କର୍ମୀ ଓ ସମର୍ଥକ ଉପସ୍ଥିତ ରହିଥିଲେ। ସମସ୍ତେ ଡ଼ ମୁଖାର୍ଜୀଙ୍କ ଫୋଟୋ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ଫୁଲଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିଥିଲେ ।

What's Your Reaction?
Like
6
Dislike
0
Love
0
Funny
0
Wow
0
Sad
0
Angry
0
Comments (0)