ଅଜଣା ଯୁବକ ଚୋରି ଉଦ୍ୟମ ବେଳେ ବସ୍ତି ବାସିନ୍ଦା ମାଡ଼ି ବସି ପୋଲିସ ଜିମାରେ ଦେଲେ।

May 03, 2025 - 11:04
0 261
ଅଜଣା ଯୁବକ ଚୋରି ଉଦ୍ୟମ ବେଳେ ବସ୍ତି ବାସିନ୍ଦା ମାଡ଼ି ବସି ପୋଲିସ ଜିମାରେ ଦେଲେ।

ଝରିଗାଁ,୩l୫ (ଷ୍ଟାର ନିୟୁଜ ଓଡ଼ିଶା): ଝରିଗାଁ ସଦର ସ୍ଥିତ ଜୟନ୍ତୀ ନଗର ବସ୍ତି ମଧ୍ୟରେ ଏକ ଅଜଣା ଯୁବକ ହାତରେ ଛୁରୀ ଧରି ବୁଲୁଥିବା ଦେଖି ବସ୍ତି ବାସୀ ଆତଙ୍କିତ ହୋଇ ପଡିଥିବା ଦେଖିବାକୁ ମିଳିଛି। ଘଟଣା ପ୍ରକାରେ ଆଜି ଅପରାହ୍ନରେ ଜୟନ୍ତୀ ନଗର ତୋଟା ଭିତରେ ଲୁଚି ବସିଥିବା କିଛି ଲୋକ ଦେଖିଥିଲେ। ପରେ ସାହିର କିଛି ଘର ମଧ୍ୟକୁ ପଶିବା ପାଇଁ ଚେଷ୍ଟା କରୁଥିବା ବେଳେ ସାହି ଲୋକ ମାଡିବସି ଯୁବକକୁ ନିସ୍ତୁକ ଚ୍ଛେଚି ଥିଲେ।ତାର ଠିକଣା ଓ ପରିଚୟ ବିଷୟରେ ବାରମ୍ବାର ପଚାରି ଥିଲେ ମଧ୍ୟ ଯୁବକ ନୀରବ ରହିଥିଲା।ପରେ ଝରିଗାଁ ଥାନାରେ ବସ୍ତି ବାସୀ ଜଣାଇଥିଲେ। ଥାନା ଅଧିକାରୀ ପ୍ରଦୀପ କୁମାର ଶବରଙ୍କ ନିର୍ଦ୍ଦେଶରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବକକୁ କାବୁ କରି ଆମ୍ବୁଲାନ୍ସ ଯୋଗେ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଯୁବକ ଜଣକ ର ମୁଣ୍ଡ ରେ ଗଭୀର ଆଘାତ ଲାଗିଥିଲା ଏବଂ ଷ୍ଟିଚ ପଡିଥିଲା। ପ୍ରାଥମିକ ଚିକିତ୍ସା କରାଯିବା ପରେ ଯୁବକ ଜଣକ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି। ହେଲେ କୌଣସି କଥା ପଚାରିଲେ କିଛି ଉତ୍ତର ଦେଉନଥିବା ଜଣା ପଡିଛି। ହୃଷ୍ଟପୃଷ୍ଟ ବଳିଷ୍ଠ ସ୍ଵାସ୍ଥ୍ୟ ଥିବା ଯୁବକ ନିକଟରେ ଥିବା ଲୋକଙ୍କୁ ରାଗରେ ଘୁରି ଘୁରି ଚାହୁଁଥିବା ବେଳେ ବର୍ତ୍ତମାନ ପୋଲିସ ଜିମାରେ ରହିଛି ଯୁବକ। ତାର ପରିଚୟ ଓ ଠିକଣା ଖୋଜିବାକୁ ପୋଲିସ ତାର ତଦନ୍ତ ଚଳାଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User