ଅନୁଷ୍ଠିତ ହେଲା ବ୍ଲକ ସ୍ତରୀୟ ଆଞ୍ଚଳିକ ସାଧନ କର୍ମୀ ସଂଗଠନ ପାଇଁ ନିର୍ବାଚନ I

ଫିରିଙ୍ଗିଆ, ୨୦l୮(ସ.ପ୍ର) :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସ୍ତରୀୟ ଆଞ୍ଚଳିକ ସାଧନ କର୍ମୀ ସଂଗଠନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି I ତେବେ ଫିରିଙ୍ଗିଆ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିକ୍ରମ ମଳିକ ଙ୍କ ଅଧକ୍ଷତାରେ ପଞ୍ଚାୟତ ସମିତି ର ଅଶ୍ୱାନ ହଲ ଠାରେ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନ ରେ ସର୍ବ ସମ୍ମତି କ୍ରମେ ଅଜିତ ବେହେରା ଙ୍କୁ ସଭାପତି ଓ ରାଜେଶ କୁମାର ନାଏକ ଙ୍କୁ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ କରାଯାଇଥିବା ବେଳେ ଅମୀୟ ଭୂଷଣ ମଳିକ ଙ୍କୁ କୋଷାଧକ୍ଷ ଓ ଦିଲୀପ ପାଣିଗ୍ରାହୀ, ବସନ୍ତ ସାହୁ, ଅନିସୀମ ନାଏକ ଙ୍କୁ ସଙ୍ଘ ର ଉପଦେଷ୍ଟା ଭାବରେ ନିର୍ବାଚିତ କରାଯାଇଥିଲା I କାର୍ଯ୍ୟକ୍ରମ ଶେଷରେ ନବ ନିର୍ବାଚିତ ସମସ୍ତ ପଦାଧିକାରୀ ମାନଙ୍କୁ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା I
ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )
What's Your Reaction?






