ଅଲ୍ ଷ୍ଟାରସ କ୍ରିକେଟ କ୍ଲବ ତରଫରୁ ସାହସିକତା ସମ୍ମାନ ।

Apr 23, 2025 - 21:29
 0  15
ଅଲ୍ ଷ୍ଟାରସ କ୍ରିକେଟ କ୍ଲବ ତରଫରୁ ସାହସିକତା ସମ୍ମାନ ।

ଭବାନୀପାଟଣା,୨୩l୪ (ଷ୍ଟାରନିଉଜ ଓଡିଶା) :ଗତକାଲି ଭବାନିପାଟଣା ସହର ମଧ୍ଯ ରେ ବୋମା ଫୁଟାଇ ଡକାୟତି ଉଦ୍ୟମ ସମସ୍ତ ଙ୍କୁ ସ୍ତବ୍ଧ ଏବଂ ଭୟଭୀତ କରିଥିଲା ପୋଲିସ ପ୍ରଶାସନ ର ତ୍ଵରିତ କାର୍ଯ୍ୟ ଯୋଗୁଁ ପାଞ୍ଚ ଜଣ ଅପରାଧୀ ଙ୍କୁ ଗିରଫ କରାଯାଇ ଥିଲା । ଏଥି ପାଇଁ କଳାହାଣ୍ଡି ପୋଲିସ ଧନ୍ୟବାଦ ର ପାତ୍ର । ଏବଂ କଳାହାଣ୍ଡି ପୋଲିସର ଏହି ସଫଳତା ଏବଂ ଡକାୟତି ଉଦ୍ୟମ ପଣ୍ଡ କରିବା ରେ କିଛି ସ୍ଥାନିୟ ଯୁବକ ଙ୍କ ପଦକ୍ଷେପ , ବର୍ତମାନ ଚର୍ଚା ର ବିଷୟ ପାଲଟିଛି l ଅସ୍ତ୍ର ରଖିଥିବା ଡକାୟତ ମାନଙ୍କ ସହିତ ଏକା ଲଢି , ଗୋଟିଏ ଦୁର୍ବୁତ୍ତ କୁ କାବୁ କରି ନେଇଥିଲେ ସ୍ଥାନୀୟ ଯୁବକ ଲିଙ୍ଗରାଜ ପଣ୍ଡା । ତାଙ୍କ ଦୁଃସାହସିକ କାର୍ଯ୍ଯ ଯୋଗୁଁ ଜଣେ ଡକାୟତ ଧରା ପଡିବା ପରେ , ପୋଲିସ ସମସ୍ତ ଡକାୟତ ଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲା । ଲିଙ୍ଗରାଜ ଙ୍କ ଏହି ସାହସିକତା ବୀରତ୍ବ ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନ ରୁ ପ୍ରଶଂସା ର ସୁଅ ଛୁଟୁଛି । ଭବାନିପାଟଣାର ଜଣାଶୁଣା କ୍ରିକେଟ କ୍ଲବ "ଅଲ୍ ଷ୍ଟାରସ କ୍ରିକେଟ କ୍ଲବ " ଆଜି ନିଜ କ୍ଲବ ସଦସ୍ଯ ଲିଙ୍ଗରାଜ ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରିଥିଲା ।ଆଜି ସକାଳ 8 ଘ.ସମୟ ରେ ସ୍ଥାନିୟ ଲାଲ ବାହାଦୁର ଷ୍ଟାଡିୟମ ଠାରେ ଅଲ ଷ୍ଟାରସ କ୍ରିକେଟ କ୍ଲବ ର ସମସ୍ତ ସଦସ୍ଯଙ୍କ ଉପସ୍ଥିତି ରେ ବିଶିଷ୍ଟ ଆଇନ ଜୀବି ଶ୍ରୀଯୁକ୍ତ କୁନାଲ ବେହେରା ଓ ଶ୍ରୀଯୁକ୍ତ ନିହାର ରଞ୍ଜନ ମିଶ୍ର ପୁଷ୍ପଗୁଚ୍ଛ ଓ ଜର୍ସି ଦେଇ ଲିଙ୍ଗରାଜ ଙ୍କୁ ସମ୍ବର୍ଦ୍ଧନା କରିଥିଲେ l ଷ୍ଟାଡିୟମ ପରିସର ରେ ଅନେକ ସହରବାସୀ ମଧ୍ଯ ଲିଙ୍ଗରାଜ ଙ୍କ ସାହସିକତାର ପ୍ରଶଂସା କରିବାର ଦେଖାଯାଇ ଥିଲା ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

like

dislike

love

funny

angry

sad

wow