ଆସ ବୁଲି ଯିବା ଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟକ୍ରମ ପାଳିତ

Aug 09, 2025 - 14:58
0 54
ଆସ ବୁଲି ଯିବା ଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟକ୍ରମ ପାଳିତ

କଳାହାଣ୍ଡି ଜିଲ୍ଲା  ତା. ୯/୮(ଷ୍ଟାର ନିୟୁଜ ଓଡିଶା )ଭବାନୀ ପାଟଣା ନିର୍ବାଚନ ମଣ୍ଡଳୀ ଦେଓଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଟିଆ ୧ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଅଙ୍ଗନୱାଡ଼ି କର୍ମୀ ତପସ୍ଵିନୀ ନାଏକଙ୍କ ନେତୃତ୍ୱରେ ଆସ ବୁଲି ଯିବା ଅଙ୍ଗନୱାଡି କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବରେ ଶ୍ରୀ ସନତ କୁମାର ବାରିକ, ସମ୍ମାନିତ ଅତିଥି ଭାବେ ଶ୍ରୀପୂର୍ଣ୍ଣ ଚନ୍ଦ୍ର ରଣା ଅଧ୍ୟକ୍ଷ ବିଦ୍ୟାଳୟ ପରିଚାଳନା ସମିତି ମାଟିଆ  , ମୁଖ୍ୟ ବକ୍ତା ଭାବେ ସମାଜସେବୀ ତଥା ନିରପେକ୍ଷ ନିୟୁଜ ଜିଲ୍ଲା ପ୍ରତିନିଧି ରଥୁରାମ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ସକ୍ଷମ ଓ ଜ୍ଞାନ କେନ୍ଦ୍ର ସୂଚାରୁ ରୂପେ ପରିଚଳନା ଓ ଶିଶୁ ମାନେ ଠିକ୍ ଭାବରେ ପ୍ରାକ୍ ବିଦ୍ୟାଳୟ ଅଧ୍ୟୟନ କରୁଥିବା ଜାଣିବାକୁ ମିଳିଥିଲା। କେନ୍ଦ୍ରର ଶିଶୁ ମାନେ ଅତିଥି ମାନଙ୍କୁ ଫୁଲ ତୋଡା ଦେଇ ଆସ ବୁଲି ଯିବା ଅଙ୍ଗନୱାଡ଼ି କେନ୍ଦ୍ର କହି ହାତ ଧରି ନେଇ ଥିଲେ।ଅଙ୍ଗନୱାଡ଼ି  କେନ୍ଦ୍ର ପାଚେରି ଗେଟ୍, ପାଣି ଟାଙ୍କି ଅଛି କିନ୍ତୁ ପାଣି ବ୍ୟବସ୍ଥା ହୋଇ ପାରୁ ନାହିଁ ଏହି ଅସୁବିଧାକୁ ବ୍ଲକ ପ୍ରଶାସନ ଓ ସରକାର ଙ୍କୁ ଅବଗତ କରାଯିବ ବୋଲି ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ମାତୃ କମିଟି, ଆଶା କର୍ମୀ ପ୍ରମିତା ରଣା ଯାଂଚ କମିଟି, ସି ଆର୍ ପି, ସ୍ୱୟଂ ସହାୟକ ଗୋଷ୍ଠୀ ମାଆ ମାନେ ଉପସ୍ଥିତ ଥିଲେ। 
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User