କଳାହାଣ୍ଡିଜିଲ୍ଲା, କୋକସରା ଥାନା ଅଭିଯୁକ୍ତକୁ ଗିରଫ ଓ କାର୍ଯ୍ୟାନୁଷ୍ଠାନ ଦାବି ରେ ଥାନା ଆଗରେ ଧାରଣା,କୋର୍ଟ ଚାଲାଣ ପରେ ପ୍ରତ୍ୟାହୃତ।

Dec 14, 2025 - 05:11
0 10
କଳାହାଣ୍ଡିଜିଲ୍ଲା, କୋକସରା ଥାନା ଅଭିଯୁକ୍ତକୁ ଗିରଫ ଓ କାର୍ଯ୍ୟାନୁଷ୍ଠାନ ଦାବି ରେ ଥାନା ଆଗରେ ଧାରଣା,କୋର୍ଟ ଚାଲାଣ ପରେ ପ୍ରତ୍ୟାହୃତ।

କଳାହାଣ୍ଡି ଜିଲ୍ଲା  ତା. ୧୩/୧୨(ଷ୍ଟାର ନିୟୁଜ ଓଡିଶା )କୋକସରା ଥାନା ଅନ୍ତର୍ଗତ ଡାଲଗୁମା ଗ୍ରାମ ର ଜଣେ ଚାଷୀ  ଅଶୋକ ଚଣ୍ଡି ଓ ତାଙ୍କ ସମ୍ପର୍କୀୟ କାକା ନରସିଂହ ଚଣ୍ଡି ଗତ ୩ ତାରିଖ ସନ୍ଧ୍ୟାରେ ନିଜ ଗାଁ ଫୁଟବଲ ପଡିଆ ନିକଟରେ ଥିବା ତାଙ୍କ  ଖଳା ନିକଟରେ ନିଆଁ ପୋଉଥିବା ବେଳେ ବେହେରା ପଟୁ ସେହି ଗ୍ରାମ ର ଯୁବକ ରାହୁଲ ଧରୁଆ ଏକ ବାଇକ ରେ ଦ୍ରୁତ ଗତିରେ  ଆସି ରାସ୍ତା କଡ ରେ ନିଆଁ ପୋଉଥିବା ଅଶୋକ ଓ ନରସିଂହ ଙ୍କ ଉପରେ ଗାଡି ରେ ଧକ୍କା ଦେଇଥିଲା। ଏହି ଘଟଣା ରେ ଗୁରୁତର ଅଶୋକ ଚଣ୍ଡି ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ମୃତକ ଙ୍କ ପରିବାର ପକ୍ଷରୁ କୋକସରା ପୁଲିସ କୁ ଏନେଇ ଲିଖିତ ଅଭିଯୋଗ ପରେ କୋକସରା ପୋଲିସ ୪ ତାରିଖ ପହଞ୍ଚି ବାଇକ ଜବତ କରି ଅଭିଯୁକ୍ତ ରାହୁଲ ଧରୁଆ କୁ ଗିରଫ କରି ବେଳ ବଣ୍ଡ ରେ ଛାଡି ଦେଇଥିଲେ। ଏହି ଘଟଣା କୁ ନେଇ ମୃତକ ଙ୍କ ଦୁଇ ପୁଅ ସୁବାଷ ଚଣ୍ଡି, ମହାବୀର ଚଣ୍ଡି ସମେତ ପରିବାର ଓ ପରିଜନ ମାନେ  ପୁଲିସ ର କାର୍ଯ୍ୟାନୁଷ୍ଠାନ ରେ ଅସନ୍ତୋଷ ପ୍ରକାଶ କରି ଗୁରୁବାର ମଧ୍ୟାହ୍ନ ରୁ ଥାନା ସମ୍ମୁଖରେ ଧାରଣା ଦେବାସହ ଅଭିଯୁକ୍ତ କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଏହି ଘଟଣା ପରେ କୋକସରା ପୋଲିସ ପକ୍ଷରୁ ଦୁର୍ଘଟଣା ଘଟାଇଥିବା ଯୁବକ ରାହୁଲ ଧରୁଆ କୁ ପୁଣିଥରେ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଯୁବକ କୋର୍ଟ ଚାଲାଣ ପରେ ପରିବାର ଲୋକେ ଧାରଣା ରୁ ଓହରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User