କଳାହାଣ୍ଡିରେ ପୁଣି କୁମ୍ଭୀର ଆତଙ୍କ

Jul 13, 2026 - 21:44
0 40
କଳାହାଣ୍ଡିରେ ପୁଣି କୁମ୍ଭୀର ଆତଙ୍କ

ୟପାଟଣା ୧୩l ୭(ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲାରେ ପୁଣି କୁମ୍ଭୀର ଆତଙ୍କ। ଗତ କିଛି ଦିନ ପୂର୍ବେ ପଲାଶ ଗାଁ ଘାଟ ନିକଟ ହାତୀ ନଦୀରେ ମାଛ ଧରିବା ବେଳେ ଏକ କୁମ୍ଭୀର ଜାଲରେ ଫସିଥିଲା। ପରେ ସେ ଜାଲକୁ ଚିରି ନଦୀକୁ ପଳାଇଯାଇଥିଲା। ଏହାପରେ ଆଜି ଜୟପାଟଣା ବ୍ଲକର ଭାଲୁବୁଟୁରା ନାଳ (ଜୋର)ରେ ପୁଣି ଏକ କୁମ୍ଭୀର ଦେଖାଯିବାରୁ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କ ସୂଚନା ପାଇ ବନବିଭାଗର ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ସଫଳତାର ସହ ଉଦ୍ଧାର କରିଛି। ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ କୁମ୍ଭୀର ଦେଖାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ସହ ଆତଙ୍କ ଦେଖାଦେଇଛି।
ଜୟପାଟଣା ବ୍ଲକର ଭାଲୁବୁଟୁରା ନାଳରେ ଆଜି ସକାଳେ ଏକ କୁମ୍ଭୀରକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ। ତୁରନ୍ତ ବନବିଭାଗକୁ ଖବର ଦିଆଯାଇଥିଲା। ସୂଚନା ପାଇ ବନବିଭାଗର ରେସ୍କ୍ୟୁ ଟିମ୍ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ କୁମ୍ଭୀରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ପଲାଶ ଗାଁ ଘାଟ ନିକଟରେ ହାତୀ ନଦୀରେ ମାଛ ଧରିବା ସମୟରେ ଏକ କୁମ୍ଭୀର ଜାଲରେ ଫସିଥିଲା। ତେବେ ଜାଲକୁ ଚିରି ସେ ନଦୀକୁ ପଳାଇଯାଇଥିଲା। ପୁଣି ଅନ୍ୟ ଏକ ସ୍ଥାନରେ କୁମ୍ଭୀର ଦେଖାଯିବା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ବନବିଭାଗ ପକ୍ଷରୁ ନଦୀ, ନାଳ ଓ ଜଳାଶୟ ନିକଟକୁ ଅନାବଶ୍ୟକ ନଯିବା ଏବଂ କୁମ୍ଭୀର ଦେଖିଲେ ତୁରନ୍ତ ବନବିଭାଗକୁ ସୂଚନା ଦେବା ପାଇଁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ତେବେ ହାତୀ ନଦୀରେ ଦେଖାଯାଇଥିବା କୁମ୍ଭୀର ଏହି କୁମ୍ଭୀର ନାଁ ଅନ୍ୟ ତାହାକୁ ନେଇଁ ଏବେ ଚର୍ଚ୍ଚା  ଜୋର ଧରିଛି। ଭାଲୁବୁଟୁରା ନାଳ ଠୁ ହାତୀ ନଦୀ ଅଧିକ ଦୂରତା ଥିବାବେଳେ ସେଠାକାର କୁମ୍ଭୀର ଏଠାକୁ କେମିତି ଆସିଲା ନଂ ଏହା ଅନ୍ୟ ଏକ କୁମ୍ଭୀର ତାହାକୁ ନେଇଁ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେ ଯାହା ବି ହେଉ ଏବେ ଅଞ୍ଚଳରେ କୁମ୍ଭୀର ଦେଖାଯିବା ଘଟଣା ଚର୍ଚ୍ଚାର ସମେତ ଭୟର ବିଷୟ ମଧ୍ୟ ହୋଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User