କଳାହାଣ୍ଡି ଜିଲ୍ଲା "ଆରୋପ "ଖବର କାଗଜର ଜିଲ୍ଲା ପ୍ରତିନିଧି କବିରାଜ ଦୁର୍ଗାଙ୍କ ଦ୍ୱାରା ବନ ମହୋତ୍ସବ ଓ ବୃକ୍ଷ ରୋପଣ

Aug 04, 2025 - 21:05
0 37
କଳାହାଣ୍ଡି ଜିଲ୍ଲା "ଆରୋପ "ଖବର କାଗଜର ଜିଲ୍ଲା ପ୍ରତିନିଧି କବିରାଜ ଦୁର୍ଗାଙ୍କ ଦ୍ୱାରା ବନ ମହୋତ୍ସବ ଓ ବୃକ୍ଷ ରୋପଣ

କଳାହାଣ୍ଡି ତା.୪/8(ଷ୍ଟାର ନିୟୁଜ ଓଡିଶା): ଭବାନୀପାଟଣା : ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ କୁଳିଅମାଲ ଠାରେ ପ୍ରଧାନ ଶିକ୍ଷୟତ୍ରୀ ନଳିନୀ କଂହରଙ୍କ ନେତୃତ୍ୱରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହା ଉତ୍ସଚ୍ଛାହାପୂର୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭବାନୀପାଟଣା ଅତିରିକ୍ତ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଶ୍ରୀ ହୃଷିକେଶ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଉଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ବୃକ୍ଷ ରୋପଣ ନିମନ୍ତେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ରିଷିଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ବୈକୁଣ୍ଠ ବେମାଲଙ୍କ ଗୌରବମୟ ଉପସ୍ଥିତି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସାଥେ ସାଥେ ଆରୋପ ଦୈନିକ ଖବର କାଗଜର ଜିଲ୍ଲା ପ୍ରତିନିଧି ଶ୍ରୀ କବିରାଜ ଦୁର୍ଗା, ପ୍ରଧାନ ଶିକ୍ଷୟତ୍ରୀ, ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମିଳିତ ଭାବରେ ବୃକ୍ଷ ରୋପଣ କରି "ମାଁ ପାଇଁ ଗଛଟିଏ " ନାରା କୁ ସଫଳ କରିଥିଲେ। ଶ୍ରୀ କବିରାଜ ଦୁର୍ଗା ଜିଲ୍ଲା ପ୍ରତିନିଧି ଆରୋପ ଖବର କାଗଜ ସହ କୁଳିଅମାଲ ସରକାରୀ ଉଚ୍ଚ ବିଦ୍ୟାଳୟ କୁଳିଅମାଲ ର ଏଭଳି ଜନସଚେତନତା କାର୍ଯ୍ୟକ୍ରମ ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇପାରିଛି
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User