କଳାହାଣ୍ଡି ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୦ଦଫା ଦାବି କେସିଙ୍ଗା ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଟ୍ରେନ ଚଳାଚଳ

Jun 19, 2025 - 12:09
Updated: 1 year ago
0 43

କେସିଙ୍ଗା ୧୯/୦୬(ଷ୍ଟାରନିଉଜ ଓଡିଶା) ୧୦ ଦଫା ନେଇ କେସିଙ୍ଗା ସଚେତନ ନାଗରିକ ମଞ୍ଚ ତରଫରୁ ଧାରଣା ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସହର ସ୍ଥିତ ପୁରୁଣା ଷ୍ଟେଟ ବ୍ୟାଙ୍କ(ରାଜୀବ ଗାନ୍ଧୀ) ଛକ ଠାରେ ଅନୁଷ୍ଠାନର ସଭାପତି ଉତ୍ତର କୁମାର ମହଲାଙ୍କ ନେତୃତ୍ୱରେ ବୁଧବାରଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏ ଧାରଣା ଦିଆଯାଇଛି । କେସିଙ୍ଗା ସଚେତନ ନାଗରିକ ମଞ୍ଚ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନକୁ ଅଞ୍ଚଳବାସୀ ସମର୍ଥନ ଜଣାଇଛନ୍ତି । ଏପରିକି ଧାରଣାରେ ଅନେକ ସଙ୍ଗଠନର କର୍ମକର୍ତ୍ତା ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, କେସିଙ୍ଗା ଅଞ୍ଚଳର ବିକାଶକୁ ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସରକାରଙ୍କ ନିକଟରେ ପ୍ରମୁଖ ୧୦ ଗୋଟି ଦାବି ଉପସ୍ଥାପନ କରାଯାଇଛି । ଦୀର୍ଘ ୪୦ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା କୋଣାର୍କ ସୂତାକଳର ପୁନଃରୁଦ୍ଧାର ଓ କାର୍ଯ୍ୟକ୍ଷମ କରାଯିବାକୁ ନେଇ ସଚେତନ ନାଗରିକ ମଞ୍ଚ ପ୍ରଥମ ଦାବି ଉପସ୍ଥାପନ କରିଛି।କେସିଙ୍ଗା ରେଲୱେ ଷ୍ଟେଶନ ଠାରୁ ରାଜଧାନୀ ଭୁବନେଶ୍ବରକୁ ଦୈନିକ ସିଧାସଳଖ ଟ୍ରେନ ସୁବିଧା, ସହରରେ ଟ୍ରାଫିକ ବ୍ୟବସ୍ଥାରେ ନିୟନ୍ତ୍ରଣ ଓ ସହର ଉପକଣ୍ଠ ଦେଇ କନ୍ତେଶିର ଠାରୁ ଯୋଲକୋ ପର୍ଯ୍ୟନ୍ତ ଏକ ବାଇପାସ ରାସ୍ତା ନିର୍ମାଣ, କେସିଙ୍ଗା ସହରକୁ ମ୍ୟୁନିସିପାଲଟି ମାନ୍ୟତା ପ୍ରଦାନ କରିବାକୁ ନାଗରିକ ମଞ୍ଚ ଦାବି ରଖିଛି।

ସେହିପରି ବାଲସି, ପରଲସିଙ୍ଗା ଓ ସିରୋଲ ପଞ୍ଚାୟତକୁ ନେଇ ବୃହତ ଉଠା ଜଳସେଚନ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା, ସହରର ମଧ୍ୟଭାଗରେ ଥିବା ବୁଢ଼ାଡଙ୍ଗର ପାହାଡ଼ର ସୁରକ୍ଷା, ସୌନ୍ଦର୍ଯ୍ୟ କରଣ କରିବା ସହ ୱାର୍ଡ ନମ୍ବର ୧୦,୧୧ ଏବଂ ୧୨ ଅଞ୍ଚଳର ଲୋକଙ୍କ ପାଇଁ ଆବାସର ବ୍ୟବସ୍ଥା କରିବାକୁ ନାଗରିକ ମଞ୍ଚ ଦାବି କରାଯାଇଛି। ଏତଦ୍‌ବ୍ୟତିତ କେସିଙ୍ଗାଠାରେ ଥିବା ରେଲୱେ ମେଲ ସର୍ଭିସ୍‌କୁ ବଲାଙ୍ଗୀରକୁ ସ୍ଥାନାନ୍ତରଣ ବାତିଲ, ସହରର ମଧ୍ୟ ଭାଗରେ ରହିଥିବା ତେଲ, ରେତ ଏବଂ ସୁନ୍ଦର ନଦୀର ସଙ୍ଗମ ପୀଠକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ରୂପେ ଘୋଷଣା କରିବାକୁ ଦାବି କରାଯାଇଛି। କେସିଙ୍ଗା-ଭବାନୀପାଟଣା ରେଳ ଲାଇନ୍‌କୁ ଯଥାକ୍ରମେ କାର୍ଯ୍ୟକାରୀ କରାଯିବ ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସରକାରଙ୍କ ଠାରେ  ଉପସ୍ଥାପନା କରିଥିଲେ l

କେସିଙ୍ଗା ରୁ ପ୍ରମୋଦ ସାହୁ ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User