ପ୍ରୋବେସନର IAS ଙ୍କ ନାଲିବତି ଠାଣି

Jun 19, 2025 - 12:26
Jun 19, 2025 - 18:06
 0  23
ପ୍ରୋବେସନର IAS ଙ୍କ ନାଲିବତି ଠାଣି

ଭବାନୀପାଟଣା ତା :୧୯/୦୬(ଷ୍ଟାରନିୟୁଜ ଓଡିଶା)କଳାହାଣ୍ଡିରେ ପ୍ରୋବେସନର IAS ବା ଟ୍ରେନି IAS ଙ୍କ ଶସ୍ତା ସୋ’ ବାଜି। ଏପର୍ଯ୍ୟନ୍ତ IAS ଭାବେ କୌଣସି ପଦବୀ ମିଳିନାହିଁ, ହେଲେ କଳାହାଣ୍ଡିରେ ଟ୍ରେନିଂ ରେ ଥିବା ସମୟରେ ଜଣେ ଟ୍ରେନି IAS ନିଜ ଗାଡିରେ ‘ପ୍ରୋବେସନର IAS’ ବୋର୍ଡ ଲଗାଇଛନ୍ତି । ଏପରିକି ମନ୍ତ୍ରୀ, ସଚିବମାନଙ୍କ ଗାଡ଼ିରୁ ନାଲିବତୀ କେବେଠୁ ହଟି ସାରିଥିବା ବେଳେ ଏହି ଟ୍ରେନି IAS ଜଣଙ୍କ ନିଜ ଗାଡିରେ ନାଲି ବତୀ ବି ଲଗାଇଛନ୍ତି । ଏହି ଗାଡିର ଫଟୋ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି | ଏହି ଫଟୋରେ ଏକ ଗାଡିରେ ‘ପ୍ରୋବେସନର IAS, କଳାହାଣ୍ଡି, ଓଡିଶା ସରକାର’ ଇଂରାଜୀରେ ଲେଖା ଅଛି । ଆଉ ଏହାକୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତି ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଆପତ୍ତି ଉଠାଇଛନ୍ତି |ଏହା ସମ୍ପୃକ୍ତ ଟ୍ରେନି IASଙ୍କ ଅହଂକାରର ପ୍ରତିଫଳନ ବୋଲି ଅନେକ ମତ ଦେଇଛନ୍ତି । ସେପଟେ ଏନେଇ ସତ୍ୟପାଠରେ ଖବର ପ୍ରକାଶ ପାଇବା ପରେ ସରକାର ସଜାଗ ହୋଇଛନ୍ତି | ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ସରକାର | କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏହାର ତଦନ୍ତ କରି କେଉଁ କ୍ଷମତା ବଳରେ ସମ୍ପୃକ୍ତ ଟ୍ରେନି IAS ଏଭଳି ବୋର୍ଡ ଲଗାଇଛନ୍ତି ବୋଲି ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି |

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

like

dislike

love

funny

angry

sad

wow