କଳାହାଣ୍ଡି ଜିଲ୍ଲା ସ୍ତରୀୟ ପରାକ୍ରମ ଶୋଭାଯାତ୍ରା।

May 15, 2025 - 20:17
 0  128
କଳାହାଣ୍ଡି ଜିଲ୍ଲା ସ୍ତରୀୟ ପରାକ୍ରମ ଶୋଭାଯାତ୍ରା।

ଭବାନୀପାଟଣା,୧୫l୫(ଷ୍ଟାର ନିୟୁଜ ଓଡିଶା) : ଭାରତର ସୁରକ୍ଷା ରେ ପ୍ରତ୍ୟେକ ନାଗରିକ। ଦେଶର ଏକତା, ଅଖଣ୍ଡତା ଓ ଶାନ୍ତି ପ୍ରତିଷ୍ଠା କୁ ବଜାଇ ରଖିବା ପାଇଁ ଭାରତୀୟ ସେନା ର ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ,ବଳିଦାନ ଓ କର୍ତ୍ତବ୍ୟ ନିଷ୍ଠା ଅତୁଳନୀୟ। ଭାରତର ସୁରକ୍ଷା ପାଇଁ ଆତଙ୍କବାଦ ବିରୋଧରେ ଲଢ଼େଇ ଅପରେସନ ସିନ୍ଦୂର ରେ ଭାରତୀୟ ସେନା ର ପରାକ୍ରମ ସମସ୍ତ ଦେଶବାସୀ ଙ୍କୁ ଗର୍ବିତ କରିଛି। ଭାରତର ବୀର ସୈନିକ ମାନଙ୍କ ସଫଳତା ଓ ସାହସିକ ପଦକ୍ଷେପ କୁ ଉତ୍ସାହିତ କରିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ,ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ମାନନୀୟl ସାଂସଦ ଲୋକସଭା କଳାହାଣ୍ଡି, ମାଳବିକା ଦେବୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରୁ ଶୁଭାରମ୍ଭ କରାଯାଇ ଜିଲ୍ଲା କାରାଗାର ଛକ, ନୂଆ ବସଷ୍ଟାଣ୍ଡ, ଘୋଡ଼ଘାଟ ଛକ,ସତ୍ୟମ୍ ସିନେମା ହଲ୍, ଦୟାନିଧି ଛକ,ମାଣିକେଶ୍ଵରୀ ଛକ,ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଛକ ଦେଇ ପୁରୁଣା ବସଷ୍ଟାଣ୍ଡ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ତ୍ରିରଙ୍ଗା ଶୋଭାଯାତ୍ରା ପରିକ୍ରମା କରିଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ) ବଇତୁରା ଦୀପ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ, 64 ବାଟାଲିୟନ କମାଣ୍ଡ ଡେଣ୍ଟ ପଙ୍କଜ ଚୌଧୁରୀ, ଉପ ଜିଲ୍ଲାପାଳ ଧର୍ମଗଡ଼ ଧିମାନ ଚାକମା,ଉପ ଜିଲ୍ଲାପାଳ ଭବାନୀପାଟଣା, ପ୍ରଭାତ କୁମାର ପରିଡା, 64 ବାଟାଲିୟନ ସେକେଣ୍ଡ ଇନ୍ କମାଣ୍ଡେଣ୍ଟ ପି କେ ମିଶ୍ର, ଡେପୁଟି କମାଣ୍ଡେଣ୍ଟ ସଚିଦାନନ୍ଦ ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,ଜନପ୍ରତିନିଧି,ବେସରକାରୀ ଅନୁଷ୍ଠାନ, ପ୍ରତିଷ୍ଠାନ ର କର୍ମକର୍ତ୍ତା, ସ୍ଵେଚ୍ଛାସେବୀ,ପୋଲିସ ବାହିନୀ,ଏନ୍ ସି ସି ଛାତ୍ରଛାତ୍ରୀ,ଗଣମାଧ୍ୟମ ର ପ୍ରତିନିଧି, ଜନସାଧାରଣ ପ୍ରମୁଖ ଯୋଗଦେଇଭାରତୀୟ ସେନାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ହାତରେ ତ୍ରିରଙ୍ଗା ଧରି ଭାରତର ସୁରକ୍ଷା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ବୋଲି ଦେଶ ଭକ୍ତି ନାରା ଭାରତ ମାତା କି ଜୟ,ବନ୍ଦେ ମାତରମ୍, ଜୟ ଜବାନ ଜୟ କିଷାନ ସ୍ଲୋଗାନ୍ ରେ ସହର ପ୍ରକମ୍ପିତ ହୋଇଥିଲା। ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସାତସହ ରୁ ଉର୍ଦ୍ଧ ଲୋକ ସାମିଲ ହୋଇଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

like

dislike

love

funny

angry

sad

wow

SUJAYA EDITOR