ଫୁଲବାଣୀ ବିଧାୟକ ଙ୍କ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ I

May 16, 2025 - 14:05
 0  11
ଫୁଲବାଣୀ ବିଧାୟକ ଙ୍କ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ I

ଫିରିଙ୍ଗିଆ, ୧୬l୫ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବନ୍ଧଗଡ଼ ଆୟୁଷ୍ମାନ ସ୍ୱାସ୍ଥ୍ୟ ମନ୍ଦିର କୁ ଫୁଲବାଣୀ ବିଧାୟକ ଉମାଚରଣ ମଳିକ ପରିଦର୍ଶନ କରିବା ସହ ନିଜେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ I ତେବେ ବିଧାୟକ ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ସକାଳ ଦଶ ଟାରେ ପହଂଚିବା ସହ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହ ଆଲୋଚନା କରି ରୋଗୀ ମାନଙ୍କୁ କିଭଳି ଭାବରେ ଚିକିତ୍ସା ଯୋଗାଇ ଦିଆଯାଉଛି I ତୃଣମୂଳ ସ୍ତରରୁ କେନ୍ଦ୍ର ଦ୍ୱାରା ରୋଗୀ ମାନଙ୍କୁ କିଭଳି ଭାବରେ ସଚେତନତା କରାଯାଉଛି ସେନେଇ ସ୍ଥିତି ଅନୁଧ୍ୟାନ କରିଥିଲେ I ଅନ୍ୟପଟେ ଆଗାମୀ ଦିନରେ କିଭଳି ଭାବରେ ଏହି କେନ୍ଦ୍ର ତରଫରୁ ଅଂଚଳର ଜନସାଧାରଣ ମାନଙ୍କୁ ସୁବିଧାରେ ସ୍ୱାସ୍ଥ୍ୟ ଶେବା ଯୋଗାଇ ଦିଆଯାଇପାରିବ ସେନେଇ ସ୍ଥାନୀୟ ଲୋକଙ୍କ ସହ କେନ୍ଦ୍ର ର କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ I ଅନ୍ୟପଟେ ବିଧାୟକ ଙ୍କ ଏହି ଗସ୍ତ ପରେ କେନ୍ଦ୍ର ପରିଚାଲକ ଙ୍କ ସହ ଅନ୍ୟନ୍ୟ କର୍ମଚାରୀ ମାନଙ୍କ ସହ ସ୍ଥାନୀୟ ଜନସାଧାରଣ ମଧ୍ୟ୍ୟ ଉତ୍ସାହିତ ଥିବା ଦେଖିବାକୁ ମିଳିଛି I

What's Your Reaction?

like

dislike

love

funny

angry

sad

wow