କାଦୁଅରେ ଭାସୁଛି ଗାଁ ଦାଣ୍ଡ, ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ନିରବ ।

Jul 4, 2025 - 11:31
 0  126
କାଦୁଅରେ ଭାସୁଛି ଗାଁ ଦାଣ୍ଡ, ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ନିରବ ।

ଝରିଗାଁ,୪l୭ (ଷ୍ଟାର ନିୟୁଜ ଓଡିଶା ): ଅଳ୍ପ ବର୍ଷାରେ ଗାଁ ସାରା କାଦୁଅରେ ଭରି ଯାଉଛି |ଏପରିକି ଗାଁର କୌଣସି ଗର୍ଭବତୀ ଅବା ଗୁରୁତର ରୋଗୀଙ୍କୁ ଡାକ୍ତର ଖାନାକୁ ନେବାକୁ ହେଲେ ଖଟିଆରେ ବୁହା ହେଉଛି |ଏଭଳି ଘଟଣା ବାରମ୍ବାର ଘଟୁଥିବା ସ୍ୱତେ ପ୍ରଶାସନ କିନ୍ତୁ ନିରବଦ୍ରଷ୍ଟା |ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ଡୁମୁରିପଦର ଗ୍ରାମର ଏ ହେଉଛି ବାସ୍ତବ ଚିତ୍ର |ପୂର୍ବରୁ ମଧ୍ୟ ରାସ୍ତା ଅସୁବିଧା ଯୋଗୁଁ ଅନେକ ଗର୍ଭବତୀଙ୍କୁ ଖଟିଆରେ ଭାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇ ଯାଇଥିବା ନଜର ରହିଛି |ହେଲେ ଏତେ ସବୁ ଅସୁବିଧା ଦେଇ ଗତି କରିବା ପରେ ମଧ୍ୟ ଗ୍ରାମକୁ ଏକ ପକ୍କା ରାସ୍ତା ନହେବା ପରିତାପର ବିଷୟ ପାଲଟିଛି |ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ଡୁମୁରିପଦର ଗ୍ରାମର ଏ ହେଉଛି କରୁଣ କାହାଣୀ |ଯେମିତି ବର୍ଷାଋତୁର ଆରମ୍ଭ ହୁଏ ଏମାନଙ୍କ ଦୁଃଖର ଦିନ ଆରମ୍ଭ ହୋଇଯାଏ |କେବଳ ଗାଁ ରାସ୍ତା ହିଁ ନୁହେଁ ଗାଁର ଗଲିକନ୍ଦି ସବୁଆଡେ କାଦୁଅ ମୟ ହୋଇଯାଏ |ନିଜ ଗ୍ରାମ ଠାରୁ ବେଳଝରି ଗ୍ରାମ ପର୍ଯ୍ୟନ୍ତ ଏକ ପକ୍କା ରାସ୍ତା ଯୋଗେଇ ଦେବାକୁ ଗ୍ରାମବାସୀ ବାରମ୍ବାର ଆବେଦନ କରି ଆସୁଥିଲେ ମଧ୍ୟ ପ୍ରଶାସନ ତାଙ୍କ ଆବେଦନ କୁ ଅଣସୁଣା କରି ଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ପ୍ରକାଶ ଥାଉକି ରାସ୍ତା ମରାମତି ପାଇଁ ଗ୍ରାମବାସୀ ଅନେକ ଥର ରାସ୍ତାରେ ପଳା ରୋପଣ କରି ପ୍ରତିବାଦ ମଧ୍ୟ କରିଛନ୍ତି, ଅନେକ ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ମଧ୍ୟ ଖଟିଆରେ ବୋହି ବେଳଝରି ଗ୍ରାମ ନିକଟରେ ଅଟକିଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ମଧ୍ୟ୍ୟ ଆଣିଛନ୍ତି |ତଥାପି ଏହି ରାସ୍ତା ଉପରେ ପ୍ରଶାସନର ଏଯାଏ ନଜର ପଡିନି |ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ଅଲଟିଆଜୋରୀ, ଦୀଉଡୁଗୁଡା, ଡୁମରିପଦର, ସିର୍ମାଗୁଡା ଆଦି ଗ୍ରାମର ଗ୍ରାମବାସୀ ପ୍ରତିବର୍ଷ ବର୍ଷାଋତୁ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ଦିଉଡୁଗୁଡା ଠାରୁ ବେଳଝରୀ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ହେଲେ ଏହି ତିନି ଗ୍ରାମର ଗ୍ରାମବାସୀ ଉପକୃତ ହୁଅନ୍ତେ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow