କାଦୁଅ ରାସ୍ତାରେ ଓଲଟି ପଡିଲା ସ୍କୁଲ ବୋଲେରୋ |ଅଳ୍ପକେ ବର୍ତିଲେ 12ଜଣ ଛାତ୍ରଛାତ୍ରୀ ।

Jun 28, 2025 - 18:22
0 195
କାଦୁଅ ରାସ୍ତାରେ ଓଲଟି ପଡିଲା ସ୍କୁଲ ବୋଲେରୋ |ଅଳ୍ପକେ ବର୍ତିଲେ 12ଜଣ ଛାତ୍ରଛାତ୍ରୀ ।

ଝରିଗାଁ,୨୮l୬ (ଷ୍ଟାର ନିୟୁଜ ଓଡିଶା ): କାଦୁଅ ପଚପଚ ରାସ୍ତାଦେଇ 12ଜଣ ଛାତ୍ରଛାତ୍ରୀଙ୍କୁ ଧରି ସ୍କୁଲ ଅଭିମୁଖେ ଯାଉଥିବା ବୋଲେରୋଟି ଭାରସାମ୍ୟ ହରେଇ ରାସ୍ତା କଢ଼ରେ ଥିବା ଜମି ଭିତରକୁ ଓଲଟି ପଡିଛି |କାଦୁଅ ସ୍ଥାନ ହୋଇଥିବାରୁ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଲିଛି |ଅବିଭାବକ ବିଜୟ ବାକସି ଙ୍କ କହିବା ପ୍ରକାରେ,ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଭିକ୍ଷା ପଂଚାୟତ ଅନ୍ତର୍ଗତ କୋଦଭଟ୍ଟା, ଗୋବରୀ, ଆଦିବାସୀ ଛଟାଗୁଡା, ବଙ୍ଗାଳୀ ଛଟାଗୁଡା ଆଦି ଗ୍ରାମର କିଛି ଅବିଭାବକ ନିଜ ନିଜ ଛୁଆମାନଙ୍କୁ ଧୋଡ୍ରା ସ୍ଥିତ ଆଲଫା ଇଂରାଜୀ ମିଡ଼ିଅମ ସ୍କୁଲରେ ନାମ ଲେଖାଇଛନ୍ତି |ପ୍ରତିଦିନ ବିଦ୍ୟାଳୟର ଏକ ଭ୍ୟାନ ଛାତ୍ରଛାତ୍ରୀ ମାନଙ୍କୁ ନେବାଆଣିବା କରିଥାଏ |ହେଲେ ଆଜି ସକାଳ ପ୍ରାୟ 8ଘଟିକା ସମୟରେ ଏକ ବୋଲେରୋ ଆଦିବାସୀ କୋଦଭଟ୍ଟା ଯାଇ ଫେରୁଥିବା ସମୟରେ ଆଦିବାସୀ କୋଦଭଟ୍ଟା ଓ ଆଦିବାସୀ ଗୋବରୀର ମଝି ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଲିଛି |ସ୍ଥାନୀୟ ଲୋକଙ୍କ ସହଯୋଗରେ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପରେ ବୋଲେରୋ ଡ୍ରାଇଭର ଘଟଣା ସମ୍ପର୍କରେ ବିଦ୍ୟାଳୟ କତୃପକ୍ଷଙ୍କୁ ଫୋନରେ ଜଣେଇବା ପରେ ବିଦ୍ୟାଳୟରୁ ଆଉ ଏକ ଗାଡି ଆସି ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ନେଇ ଯାଇଥିଲା |ପରେ ଅବିଭାବକମାନେ ବିଦ୍ୟାଳୟରେ ପହଂଚି ନିଜ ନିଜ ପୁଅଝୀଅ ମାନଙ୍କୁ ଘରକୁ ଫେରେଇ ଆଣିଥିବା ସୂଚନା ମିଲିଛି |ସୂଚନା ପ୍ରକାରେ କୋଦଭଟ୍ଟା ଗ୍ରାମର 6ଜଣ, ଛୋଟାଗୁଡା ଗ୍ରାମର 3ଜଣ,ଏବଂ ଆଦିବାସୀ କୋଦଭଟ୍ଟା ଗ୍ରାମର 3ଜଣ ଛାତ୍ରଛାତ୍ରୀ ଉକ୍ତ ବୋଲେରୋ ରେ ବସିଥିଲେ |ସେମାନଙ୍କ ମଧ୍ୟରେ ତିନି ଜଣ ଛାତ୍ରଛାତ୍ରୀଙ୍କୁ ଅଳ୍ପ ଅଳ୍ପ ମାଡ଼ ହୋଇଥିବା ସୂଚନା ମିଲିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User