କେବିଡି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ ।

Dec 15, 2025 - 18:36
 0  47
କେବିଡି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ ।

ଝରିଗାଁ,୧୫l୧୨ (ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଂଚାୟତଅଧୀନରେଥିବାକେବିଡି,ଧୂମାଆମ,ଢ଼େପଗୁଡା,କୁରୁଲୁଭଟ୍ଟା,ଡ଼ଙ୍ଗରୀଗୁଡା,କର୍ଲାପଡା,ଡୁମୁନିଗୁଡା,ଗଟିପଡା,ଖଲିଆପାଣି,ବରପାଣି, ନୁଆଁପଡା, କରାଡ଼ଙ୍ଗରୀ, ବେନ୍ଦ୍ରାପାଣି, ଗୋଇଚଚରା ଆଦି ପଡା ଗ୍ରାମ ଗୁଡିକର ଜନସାଧାରଣ ଏକତ୍ରିତ ହୋଇ କେବିଡି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦାବୀ ନେଇ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି |ଉକ୍ତ ଦାବିପତ୍ରରେ ସେମାନେ ଦର୍ଶେଇଛନ୍ତି କି, ଇଛାପୁର ପଂଚାୟତ ଅଧୀନରେ ଥିବା ପାଖାପାଖି 15ଗୋଟି ପଡା ଗ୍ରାମର ଜନସଂଖ୍ୟା 3000ରୁ ଉର୍ଦ୍ଧ ରହିଥିବା ବେଳେ ଭୋଟର ସଂଖ୍ୟା 2000ରୁ ଉର୍ଦ୍ଧ ରହିଛି |ହେଲେ ଉପରୋକ୍ତ ଏହି ଗ୍ରାମ ଗୁଡିକରେ ବସବାସ କରୁଥିବା ଜନସାଧାରଣ ସମସ୍ତ କାମ ପାଇଁ ଇଛାପୁର ଗ୍ରାମ ଉପରେ ନିର୍ଭର କରି ଆସୁଛନ୍ତି|ଗ୍ରାମ ଗୁଡିକରେ ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ ଓ ରାସ୍ତାଘାଟର କୌଣସି ସୁବିଧା ନାହିଁ |କେବିଡି ଗ୍ରାମ ସମସ୍ତ ଗ୍ରାମର କେନ୍ଦ୍ର ସ୍ଥଳ ହୋଇଥିବାରୁ କେବିଡି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କଲେ ଉପରୋକ୍ତ ଗ୍ରାମ ଗୁଡିକରେ ବସବାସ କରୁଥିବା ଜନସାଧାରଣ ଉପ କୃତ ହୋଇପାରିବେ ବୋଲି ଦାବିପତ୍ରରେ ସ୍ପଷ୍ଟ ଦର୍ଶାଯାଇଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR