କ୍ଷତ୍ରିୟ ମହା ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ।

Oct 13, 2025 - 09:07
0 52
କ୍ଷତ୍ରିୟ ମହା ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ।

ନବରଙ୍ଗପୁର,୧୩l୧୦ (ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା କ୍ଷତ୍ରିୟ ମହା ସମ୍ମିଳନୀ ପାଇଁ ଚାରଗାଁ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଭାପତି ଚକ୍ରଧର ସିଂ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ, ସାଧାରଣ ସମ୍ପାଦକ (ସଂଗଠନ) ସୂର୍ଯ୍ୟବଂଶୀ ଜୟନ୍ତ କୁମାର ପାତ୍ର, ଉପ ସଭାପତି ବୃନ୍ଦ ଲକ୍ଷ୍ମୀକାନ୍ତ ପାଣ୍ଡେ, ସୁରେନ୍ଦ୍ର ନାୟକ, ମନମୋହନ ସିଂ, ହରି ଧାକଡ, କାର୍ତ୍ତିକ ଦାସ, ଲକ୍ଷ୍ମଣ ସିଂ, ସଂଯୋଜକ ବଳିରାମ ସିଂ, ସହ ସଂଯୋଜକ ସୁମିତ ସିଂ ଠାକୁର, ବିପିନ ଭୁକ୍ତା, ଘାସିରାମ ସିଂ, କୋଷାଧ୍ୟକ୍ଷ ଭିକାରୀ ଚରଣ ନାୟକ, ଲମେନ୍ ଭୁକ୍ତା , ରତନ ପାତ୍ର, ଗୋପୀ ପାତ୍ର ଏବଂ ଅଧିକାଂଶ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। କ୍ଷତ୍ରିୟ ଧାକଡ ସଂପ୍ରଦାୟର ପ୍ରମୁଖ ବ୍ୟକ୍ତି ମାନେ ମଧ୍ୟ ଉପସ୍ଥିତ ଥିଲେ। କ୍ଷତ୍ରିୟ ବର୍ଣ୍ଣ ଅନ୍ତର୍ଗତ ସମସ୍ତ ବ୍ୟକ୍ତିର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସଂଘବଦ୍ଧ ଭାବେ କାର୍ଯ୍ୟ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଆଗାମୀ ୧୯ ତାରିଖରେ ହେବାକୁ ଥିବା ପ୍ରମୁଖ ବ୍ୟକ୍ତିମାନଙ୍କ ମହା ସମ୍ମିଳନୀର ସଫଳତା ପାଇଁ ବ୍ୟାପକ ଆଲୋଚନା କରାଯାଇ ଥିଲା ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 1
Wow Wow 1
Sad Sad 0
Angry Angry 0

Comments (0)

User