ଗାଈଗୋରୁଙ୍କ କବଜାରେ କେସିଙ୍ଗା ମାର୍କେଟ ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା

Aug 13, 2025 - 22:02
0 30
ଗାଈଗୋରୁଙ୍କ କବଜାରେ କେସିଙ୍ଗା ମାର୍କେଟ  ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା

କେସିଙ୍ଗା,ତା.୧୩ /୮(ଷ୍ଟାର ନିୟୁଜ ଓଡିଶା) କେସିଙ୍ଗାମାର୍କେଟର ବିଭିନ୍ନ ଛକ ମାନଙ୍କରେ ବିଶେଷ କରି ସନ୍ଧ୍ୟା ସମୟରେ ବର୍ତ୍ତମାନ ଗାଈଗୋରୁର ଆଡାସ୍ଥଳୀ ପାଲଟିଛି। ସବୁବେଳେ ପୁଲିସ ଷ୍ଟେସନ, ଡେଲି ମାର୍କେଟ, ରେଲୱେ ଷ୍ଟେସନ ଏବଂ ଆମ୍ବେଦକର  ଛକରେ ଗାଈଗୋରୁ ଜମା ହୋଇ ରହୁଥିବା ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ଓ ଛୋଟ ବଡ଼ ଦୁର୍ଘଟଣା ସାଙ୍ଗକୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ  ହେଉଛନ୍ତି।ସନ୍ଧ୍ୟା ୪ ଟାରୁ ୯ ଘଣ୍ଟା ପର୍ଯ୍ୟନ୍ତ କେସିଙ୍ଗା ସହର ବିଭିନ୍ନ ସ୍ଥାନରେ ଗାଈଗୋରୁ ରୁଣ୍ଡ ହେଉଥିବା ବେଳେ ରାତିରେ ଆଖପାଖ ଚାଷ ଜମିକୁ ଯାଇ ଧାନ ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ କରୁଛନ୍ତି।ଚାଷୀ ଓ ଗୋରୁ ମାଲିକ ମଧ୍ୟରେ ସର୍ବଦା ଛୋଟ ବଡ କଳହ ଦେଖିବାକୁ ମିଳୁଛି।ଗୋରୁ ମାଲିକମାନେ ଗାଈଗୋରୁଙ୍କୁ ନିଜ ହିପାଜତରେ ରଖୀନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି।ଯାହା ଫଳରେ ଚାଷୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଏଥିପ୍ରତି କେସିଙ୍ଗା ଏ.ନେ.ସି ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।
କେସିଙ୍ଗା ରୁ ସୁଜୟ ନଙ୍ଗାଳତି  ଙ୍କ ରିପୋର୍ଟ ଷ୍ଟାର ନି

ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User