ଚାଟିଗୁଡ଼ା ପୂର୍ବତନ ସରପଞ୍ଚଙ୍କ ପରଲୋକ ।
ଝରିଗାଁ,୨୨l୯ (ଷ୍ଟାର ନିୟୁଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଧୀନରେ ଥିବା ଚାଟିଗୁଡ଼ା ପଂଚାୟତର ପୂର୍ବତନ ସରପଞ୍ଚ ଜଗବନ୍ଧୁ ଗାଉଁଟିଆଙ୍କ ଗତକାଲି ରାତ୍ର ପ୍ରାୟ 9ଘଂଟିକା ସମୟରେ ପରଲୋକ ହୋଇଛି |ସ୍ବର୍ଗତ ଶ୍ରୀ ଗାଉଁଟିଆ ଜଣେ ବରିଷ୍ଠ ରାଜନେତା, ସମାଜସେବୀ, ପରୋପକାରୀ, ମେଳାପୀ ଏବଂ ଧର୍ମ ପରାୟଣ ବ୍ୟକ୍ତି ଥିଲେ |ସେ 1992ମସିହାରେ ଚାଟିଗୁଡ଼ା ପଂଚାୟତର ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ପାଞ୍ଚବର୍ଷ ଯାଏ ପଂଚାୟତରେ ସୁଶାସନ ସ୍ଥାପନ କରି ପଂଚାୟତର ଜନସାଧାରଣଙ୍କ ଉନ୍ନତି ପାଇଁ ଅନେକ ମହତ କାର୍ଯ୍ୟସବୁ କରିଥିଲେ |ପରବର୍ତୀ ସମୟରେ ଯେତେବେଳେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କୁ ନବରଙ୍ଗପୁର ସାସଂଦ ଭାବେ ନିର୍ବାଚିତ କରାଗଲା, ସେତେବେଳେ ଶ୍ରୀ ଗାଉଁଟିଆ ଝରିଗାଁ ସାଂସଦ ପ୍ରତିନିଧି ଭାବେ କାର୍ଯ୍ୟ ତୁଲେଇଥିବା ଜଣାଯାଏ|ଗତକାଲି ରାତ୍ରି ପ୍ରାୟ 9ଘଂଟିକା ସମୟରେ ନିଜ ବାସ ଭବନରେ ହିଁ 57ବର୍ଷ ବୟସରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି |ତାଙ୍କ ମୃତ୍ୟୁ ଖବର ଅଞ୍ଚଳରେ ଖେଳିଯିବା ପରେ ଅନେକ ବନ୍ଧୁବାନ୍ଧବ ଓ ଜ୍ଞାତିକୁଟୁମ୍ବ ତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସ ଭବନରେ ପହଂଚିଥିବା ସୂଚନା ମିଳିଛି |ଆଜି ତାଙ୍କ ନିଜ ଗାଁ କପୁର ଗୁଡ଼ାର ମସାଣିରେ ତାଙ୍କ ଅନ୍ତିମ ସତ୍କାର କରାଯିବା ନେଇ ସୂଚନା ମିଳିଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରଟିଆଙ୍କ ରିପୋର୍ଟ।
What's Your Reaction?