ଛୁରା ମାଡରେ ଯୁବକ ଗୁରୁତର ।
ଝରିଗାଁ ,୨୬l୧୧(ଷ୍ଟାର ନିୟୁଜ ଓଡିଶା ): ଛୁରା ମାଡ଼ରେ ଜଣେ ଯୁବକ ଗୁରୁତର ଥିବା ସୂଚନା ମିଳିଛି |ପ୍ରାପ୍ତ ସୂଚନା ପ୍ରକାରେ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଂଚାୟତ ଅନ୍ତର୍ଗତ ଭେଜିଗୁଡ଼ା ଗ୍ରାମରେ ଗତ ରାତ୍ରିରେ ନାଟକ ଚାଲିଥିଲା |ଗ୍ରାମର ବୈରାଗୀ ମାଝୀଙ୍କ ସାନ ପୁଅ ତରୁଣ ମାଝୀ (18 ), ଜୟସେନ ମାଝୀ,ରୁଦ୍ର ହରିଜନ,କେଶବ ହରିଜନ, ଲୋକନାଥ ହରିଜନ ପ୍ରମୁଖ ନାଟ ଦେଖିବାକୁ ଯାଇଥିଲେ |ଏହି ସମୟରେ ତରୁଣ ଓ ଜୟସେନ ମଧ୍ୟରେ କୌଣସି ଏକ କାରଣ ପାଇଁ ଗଣ୍ଡଗୋଲ ହୋଇଥିଲା |ଜୟସେନ ପ୍ରଥମେ ପାଖରେ ପଡ଼ିଥିବା ଏକ ପଥର ଉଠେଇ ତରୁଣ ର ମୁଣ୍ଡରେ ଆଘାତ କରିବା ପରେ ଘରକୁ ଯାଇ ଏକ ଛୁରୀ ଧରିକି ଘଟଣା ସ୍ଥଳରେ ପହଂଚି ତରୁଣର ବାମ ଛାତିରେ ଭୁସି ଦେଇଥିଲା ଓ ଛୁରୀକୁ ଫିଙ୍ଗିଦେଇ ଦୌଡି ପଳେଇଥିଲା |ଏ ଖବର ତରୁଣର ବଡଭାଇ ହେମନ୍ତ ମାଝୀର କାନରେ ପଡିବା ପରେ ସେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଂଚି ଆମ୍ବୁଲାନ୍ସକୁ ଡାକି ତରୁଣକୁ ଝରିଗାଁ ଡାକ୍ତରଖାନାକୁ ନେଇଯାଇଥିଲା |ଡାକ୍ତର ତରୁଣର ପ୍ରାଥମିକ ଚିକିତ୍ସା ପରେ ତାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା କହି ନବରଙ୍ଗପୁର ଜିଲ୍ଲା ଚିକିତ୍ସାଲୟକୁ ପଠେଇଥିବା ସୂଚନା ମିଳିଛି |ଅନ୍ୟପକ୍ଷେ ତରୁଣର ବାପା ବୈରାଗୀ ମାଝୀ ଘଟଣା ନେଇ ଝରିଗାଁ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?