ଜୁନାଗଡ଼ ବଜାରପଡ଼ାର ‘ବଜାର କା ରାଜା’ ଗଣେଶଙ୍କ ଭବ୍ୟ ବିସର୍ଜନ

Sep 5, 2025 - 19:25
 0  4
ଜୁନାଗଡ଼ ବଜାରପଡ଼ାର ‘ବଜାର କା ରାଜା’ ଗଣେଶଙ୍କ ଭବ୍ୟ ବିସର୍ଜନ

ଜୁନାଗଡ଼ ତା. ୫/୯ (ଷ୍ଟାର ନିୟୁଜ ଓଡିଶା) : କଳାହାଣ୍ଡି ଜିଲ୍ଲାର ଐତିହାସିକ ସହର ଜୁନାଗଡ଼ର ବଜାରପଡ଼ାରେ ପ୍ରତିବର୍ଷର ନିକଟରୁ ‘ବଜାର କା ରାଜା’ ନାମରେ ପରିଚିତ ଗଣେଶ ପୂଜା ଏକ ବିଶିଷ୍ଟ ପରମ୍ପରାର ରୂପ ନିର୍ମାଣ କରିଆସିଛି । ପୂଜାର ଶେଷ ଦିନରେ ଏହି ବର୍ଷ ମଧ୍ୟ ଭକ୍ତି, ଆସ୍ଥା ଓ ଉତ୍ସବର ଅପୂର୍ବ ସମନ୍ୱୟରେ ଗଣେଶଙ୍କ ଭବ୍ୟ ବିସର୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସନ୍ଧ୍ୟାରେ ପ୍ରତିମା ପାଖରେ ମହାଆରତି ଓ ପୂଜା ପରେ ବିସର୍ଜନ ଯାତ୍ରାର ଶୁଭାରମ୍ଭ ହେଲା । ସାରା ବଜାରପଡ଼ାରେ ହଜାରେ ଭକ୍ତମାନେ ଭିଡ଼ କରିଥିଲେ । ୨୦ଟି ବେସ ର ବଡ଼ ଦୁର୍ଗା ଡି ଜେ ସାଉଣ୍ଡ ସହିତ ସ୍ୱାମୀ କୃପା ଧମାଲ୍‌ର ସୁର,କୀର୍ତ୍ତନ ଦଳଙ୍କ ଭଜନ-ଗାନ ଓ ଢୋଳ-ନିଶାଣର ଗର୍ଜନରେ ପରିକ୍ରମା ଆରମ୍ଭ ହେବା ସହିତ ସହର ଗଣେଶମୟୀ ହୋଇଯାଇଥିଲା । ଯାତ୍ରାରେ ଯୁବକ, ଯୁବତୀ,ଶିଶୁ ଓ ବୃଦ୍ଧ ସମସ୍ତଙ୍କରେ ସମାନ ଉତ୍ସାହ ଦେଖିବାକୁ ମିଳିଲା । ତାଳ-ଲୟରେ ଅବିରତ ନୃତ୍ୟ, “ଗଣପତି ବପ୍ପା ମୋରିଆ” ର ଜୟଧ୍ୱନି ଓ ରଙ୍ଗିନ ଆଲୋକ ସଜ୍ଜାରେ ସାରା ଯାତ୍ରା ଆକର୍ଷଣୀୟ ହୋଇଥିଲା । ପଟାକି ପ୍ରଦର୍ଶନ ଭକ୍ତମାନଙ୍କୁ ମନୋହର କରିଦେଇଥିଲା । ପରିକ୍ରମା ସହରର ବିଭିନ୍ନ ପଡ଼ା,ବଜାର ଓ ମୁଖ୍ୟ ରାସ୍ତା ଦେଇ ଅଗ୍ରସର ହୋଇଥିଲା । ପ୍ରତ୍ୟେକ ସ୍ଥାନରେ ଲୋକମାନେ ଫୁଲ ଓ ପ୍ରଦୀପରେ ଗଣେଶଙ୍କୁ ସ୍ୱାଗତ କରିଥିଲେ । ଏହିପରିକ୍ରମା ଶେଷରେ ବିସର୍ଜନ ସ୍ଥଳରେ ପ୍ରତିମାକୁ ପାରମ୍ପରିକ ଧାରାରେ ବିଦାୟ ଦିଆଯାଇଥିଲା । ଏହି ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବଜାରପଡ଼ା ଗଣେଶ ପୂଜା କମିଟିର ସଦସ୍ୟମାନେ ଏକତା ଓ ଶ୍ରମର ଉଦାହରଣ ସୃଷ୍ଟି କରିଥିଲେ । ପର୍ଯ୍ୟାପ୍ତ ପୋଲିସ୍‌ ବ୍ୟବସ୍ଥା ଥିବାରୁ ଯାତ୍ରା ସୁସ୍ଥିତି ଓ ଶାନ୍ତିପୂର୍ଣ୍ଣ ପରିବେଶରେ ସମ୍ପନ୍ନ ହୋଇଥିଲା । ବିସର୍ଜନ ଯାତ୍ରା ସମୟରେ ସାରା ଜୁନାଗଡ଼ରେ ଉତ୍ସବୀୟ ପରିବେଶ ପ୍ରବାହିତ ହୋଇଥିଲା । ଭକ୍ତମାନଙ୍କ ମନରେ ଗଣେଶଙ୍କ ଆଶୀର୍ବାଦ ପ୍ରାପ୍ତିର ସନ୍ତୋଷ ସହିତ ଏହି ବର୍ଷର ପୂଜା ମଧ୍ୟ ଅଭିନବ ସ୍ମୃତି ରେଖିଗଲା ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow