ଝରିଗାଁରେ କାଳ ବୈଶାଖୀର ପ୍ରଭାବ ଗଛ ପଡି ଝରିଗାଁ-ଉମରକୋଟ ରାସ୍ତା ଅବରୋଧ।

Apr 16, 2025 - 19:19
0 101
ଝରିଗାଁରେ କାଳ ବୈଶାଖୀର ପ୍ରଭାବ ଗଛ ପଡି ଝରିଗାଁ-ଉମରକୋଟ ରାସ୍ତା ଅବରୋଧ।

ଝରିଗାଁ,୧୬l୪ (ଷ୍ଟାର ନିୟୁଜ ଓଡ଼ିଶା): ଆଜି ଅପରାହ୍ନ ୪ଘଣ୍ଟା ସମୟରେ କାଳ ବୈଶାଖୀର ପ୍ରଭାବରେ ଝରିଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଗଛ ପଡ଼ି ଥିବା ସୂଚନା ମିଳିଛି।ସେହିପରି ପ୍ରଚଣ୍ଡ ପବନ ଯୋଗୁଁ ଲୁହାର ବିଦ୍ୟୁତ ଖମ୍ବ ଗୁଡିକ ଲଇଁ ଯାଇଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ଝରିଗାଁ ବ୍ଲକ ଏକମ୍ବା ଗ୍ରାମ ନିକଟରେ ଦୁଇଟି ବଡ଼ ବଡ଼ ଗଛ ଏବଂ ଧନପୁର ଗ୍ରାମ ନିକଟରେ ଗୋଟିଏ ଗଛ ପ୍ରବଳ ପବନ ଯୋଗୁଁ ମୂଳରୁ ଉପାଡି ହୋଇ ରାସ୍ତା ଉପରେ ପଡିଯାଇଥିଲା।ସେହିପରି ବିଦ୍ୟୁତ ଖମ୍ବ ଗୁଡିକ ମଧ୍ୟ ନଇଁ ପଡ଼ିଥିବା ସୂଚନା ମିଳିଛି।ଫଳରେ ଝରିଗାଁ-ଉମରକୋଟ ରାସ୍ତା ଦୀର୍ଘ ସମୟ ପର୍ଯ୍ୟନ୍ତ ଅବରୋଧ ହେବା ସହ ଯାତାୟତରେ ସମସ୍ୟା ଦେଖାଦେଇଥିଲା।ଶେଷରେ ଝରିଗାଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ ହଟାଇବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା।ସେହିପରି ଧନପୁର ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଗୋଟିଏ ଗଛ ପବନ ପଡି ଯିବା ଯୋଗୁଁ ବିଦ୍ୟାଳୟର ପାଚେରୀ ନଷ୍ଟ ହୋଇଥିବା ସୂଚନା ମିଳିଛି।ଧନପୁର ଠାରୁ ଜୁନାପାଣି ଯିବା ରାସ୍ତାରେ ଦୁଇଟି ଗଛ ପଡି ଯାଇଥିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇ ଥିବା ସୂଚନା ମିଳିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User