ଝରିଗାଁ ବ୍ଲକ ନୂତନ ପିଇଓ କମିଟି ଗଠନ।

Jul 01, 2025 - 19:57
0 281

ଝରିଗାଁ,୧l୭(ଷ୍ଟାର ନିୟୁଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପୂର୍ବତନ ପିଇଓ ସଙ୍ଘ ସଭାପତି ନରେଶ ଚନ୍ଦ୍ର ଜାଲଙ୍କ ଡ଼ାବୁଗାଁ ବ୍ଲକ ବଦଳି ହେବା ପରେ ଆଜି ଝରିଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ନୂତନ କମିଟି ଗଠନ ହୋଇଥିଲା।ଝରିଗାଁ ବ୍ଲକ ବରିଷ୍ଟ ପିଇଓ ମନୁରାମ ଭତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଝରିଗାଁ ବ୍ଲକ ନୂତନ ପିଇଓ ସଙ୍ଘ ଗଠନ ହୋଇଥିଲା।ସର୍ବସମ୍ମତ କ୍ରମେ ସଭାପତି ଭାବେ ଛବିଲାଲ ସାହୁ,ଉପ ସଭାପତି ଭାବେ ସୁଚରିତା କବିରାଜ,ସମ୍ପାଦକ ଭାବେ କୃଷ୍ଣ ଚଦ୍ର ଧୁରିଆ କୋଷାଧ୍ୟକ୍ଷ ଭାବେ ସୁଧାର ବେହେରାଙ୍କୁ ମନୋନୀତ କରାଯାଇଥିଲା।ସେହିପରି ଉପଦେଷ୍ଟା ଭାବେ ରମେଶ ଚନ୍ଦ୍ର ହରିଜନଜହର ଗଣ୍ଡ,ଗଣେଶ୍ୱର ପଣ୍ଡା,ମନୁରାମ ଭତ୍ରା,ଅରୁଣଦୟ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା।ସମସ୍ତ ନୂତନ କର୍ମକର୍ତ୍ତା ମାନଙ୍କୁ ଫୁଲଗୁଛ ଦେଇ ସ୍ୱାଗତ କରାଯାଇଥିଲା।ଉକ୍ତ ବୈଠକରେ ପୂର୍ବତନ ସଭାପତି ନରେଶ ଚନ୍ଦ୍ର ଜାଲ, ସଦାନନ୍ଦ ନିହାଲ,ଦଶରଥ ଗଣ୍ଡ,ନବୀନ ଚନ୍ଦ୍ର ପଟ୍ଟନାୟକ,ଗବର୍ଧନ ଭତ୍ରା,ଅସିତ କୁମାର ସରକାର,ଗୌରବ ଗାଇନ,ସୁପ୍ରିୟା ଜେନା ପ୍ରମୁଖ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User