ଝରିଗାଁ ସଦର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପରିସରରେ କୂତ୍ରିମ ପୋଖରୀ ।

ଝରିଗାଁ,୨୩l୭(ଷ୍ଟାର ନିୟୁଜ ଓଡିଶା) : ବର୍ଷା ପାଣି ଜମା ହୋଇ ଜଳାଶୟ ସୃଷ୍ଟି ହୋଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା କାର୍ଯ୍ୟାଳୟ ପରିସର। କାର୍ଯ୍ୟାଳୟ ସମ୍ମୁଖରେ କୂତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି ଜମା ହୋଇଥିବା ବର୍ଷା ପାଣି। ଝରିଗାଁ- ଉମରକୋଟ ମୂଖ୍ୟ ରାସ୍ତାର ବାମ ପାର୍ଶ୍ଵରେ ରହିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା କାର୍ଯ୍ୟାଳୟ। ଗୋଟିଏ ପଟେ ବ୍ୟାଙ୍କ କାର୍ଯ୍ୟାଳୟ ଏବଂ ଅନ୍ୟପଟେ ପଞ୍ଚାୟତ କାର୍ଯ୍ୟାଳୟ। ବ୍ୟାଙ୍କ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ଗୋଟିଏ ପରିସର ମଧ୍ୟରେ ରହିଛି। ଯାହାଫଳରେ ସବୁବେଳେ ଲୋକେ ବ୍ୟାଙ୍କ କାମ ଏବଂ ପଞ୍ଚାୟତ କାମ ନେଇ ଏଠାକୁ ଆସିଥାନ୍ତି। ଆଣ୍ଠୁଏ ପାଣିରେ ଚାଲି ଯିବାକୁ ପଡ଼େ ଲୋକଙ୍କୁ। ବର୍ଷା ଋତୁ ଆସିଲେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଲୋକେ। ବ୍ୟାଙ୍କ ଓ ପଞ୍ଚାୟତ ଅଫିସକୁ ଯିବାକୁ ହେଲେ ଏହି କୂତ୍ରିମ ପୋଖରୀ ଭିତରେ ପଶିବାକୁ ପଡ଼େ ଲୋକଙ୍କୁ। ମୁଖ୍ୟ ରାସ୍ତା ଉଚ୍ଚ ହୋଇଥିବା ବେଳେ ରାସ୍ତାରେ ଗଡୁଥିବା ବର୍ଷା ପାଣି ତଳୁଆ ରହିଥିବା କାର୍ଯ୍ୟାଳୟ ପରିସର ଭିତରେ ପଶି ଜମା ହୋଇ ପୋଖରୀ ସୃଷ୍ଟି ହୋଇଛି। ପାଣି ବାହାରକୁ ଯିବାକୁ କୌଣସି ଡ୍ରେନଜ୍ ସୁବିଧା ନଥିବାରୁ ପାଣି ଜମା ହୋଇ ରହୁଛି। ବର୍ଷା ଛାଡିବା ପରେ ମଧ୍ୟ ପାଣି ଶୁଖୁ ନାହିଁ। ଦିନ ଦିନ ଧରି ଜମି ରହୁଛି ବର୍ଷା ପାଣି। ଅପରିଷ୍କାର ଦୂଷିତ ପାଣି ଯୋଗୁଁ ବୟସ୍କ ମହିଳା ପୁରୁଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପାଣି ସ୍ତର ଶୁଖି ଆସିବା ବେଳକୁ ପୁଣି ବର୍ଷା ହୋଇ ପରିସର ଜଳମଗ୍ନ ରହୁଛି। ମୁଖ୍ୟ ରାସ୍ତାରେ ନିର୍ମାଣ କରାଯାଇଥିବା ଉଭୟ ପାର୍ଶ୍ୱରେ ଡ୍ରେନ ଅଳିଆ ଆବର୍ଜ୍ଜନା ବର୍ଜ୍ୟବସ୍ତୁ ରେ ପୋତି ହୋଇ ଯାଇଛି। ଯାହା ଫଳରେ ରାସ୍ତାର ଦୂଷିତ ପାଣି ବ୍ୟାଙ୍କ ପରିସର ଭିତରେ ପଶି ଜମା ହୋଇ ପରିବେଶ ପ୍ରଦୂଷିତ ହେଉଛି। ଏହାର ପ୍ରତିକାର ପାଇଁ ବାରମ୍ବାର ଲୋକେ ଦାବି କରି ଆସୁଥିଲେ ମଧ୍ୟ ଏହାର ପ୍ରତିକାର କରାଯାଉ ନାହିଁ ବୋଲି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗ ନେଇ ସ୍ଥାନୀୟ ସରପଞ୍ଚ ଯୋଗେଶ୍ୱର ପୂଜାରୀଙ୍କୁ ପଚାରିବାରୁ ଡ୍ରେନ ବ୍ୟବସ୍ଥା କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି ସରପଞ୍ଚ। ଅତିଶୀଘ୍ର ବ୍ୟାଙ୍କ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ନୂତନ ଡ୍ରେନ ନିର୍ମାଣ କରିବାକୁ ପ୍ରସ୍ତାବ ରଖାଯାଇଥିବା ସୂଚନା ଦେଇଛନ୍ତି ଯୋଗେଶ୍ୱର। ଦିନ ଦିନ ଧରି ଦୂଷିତ ବର୍ଷା ପାଣି ଜମି ରହିବା ଫଳରେ ରୋଗ ବ୍ୟାଧି ସଂକ୍ରମଣ ଭୟ ରହୁଛି। ତେଣୁ ଏହାର ପ୍ରତିକାର କରିବାକୁ ସର୍ବସାଧାରଣରେ ଦାବି କରିଛନ୍ତି। ବ୍ଲକ ରେ ରହିଥିବା ୨୩ ଟି ପଞ୍ଚାୟତର ଲୋକେ ବା ଷ୍ଟେଟ୍ ବ୍ୟାଙ୍କ ହିତାଧିକାରୀ ବ୍ୟାଙ୍କ ଆସି ହଇରାଣ ହେଉଛନ୍ତି। ଗୋଟିଏ ପରିସର ମଧ୍ୟରେ ଦୁଇଟି ଅଫିସ ରହିଥିବାରୁ ଶତାଧିକ ଲୋକଙ୍କ ଆତଯାତ ଲାଗି ରହିଥାଏ। ବର୍ଷା ଋତୁ ଆସିଲେ ପାଣି ଜମା ହେଲେ ସୁଖିବାକୁ ବହୁତ ବିଳମ୍ବ ହେଉଛି। ବିଗତ ତିନି ଚାରି ଦିନ ହେବ ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଛି ବ୍ୟାଙ୍କ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ପରିସର।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






