ଝରିଗାଁ ସଦର ସ୍ଥିତ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଓ ବାର କାଉଣ୍ଟରରୁ ଅବାଧ ମଦ ବିକ୍ରି।

May 27, 2025 - 20:41
0 181

ଝରିଗାଁ,୨୭l୫(ଷ୍ଟାର ନିୟୁଜ ଓଡ଼ିଶା): ଝରିଗାଁ ସଦର ମହକୁମାର ଗୋଟିଏ ପଟେ ଠିପି ବନ୍ଦ ବିଦେଶୀ ପଞ୍ଜୀକୃତ ମଦ ଦୋକାନ କାଉଣ୍ଟର ଆଉ ଗୋଟିଏ ପଟେ ଠିପି ଖୋଲା ପଞ୍ଜୀକୃତ ବିଦେଶୀ ମଦ ଦୋକାନ ବା ବାର କାଉଣ୍ଟର ରହିଛି। ବ୍ଲକ ଅଞ୍ଚଳବାସୀ ବିଦେଶୀ ମଦ ପାନ କରିବାକୁ ହେଲେ ଏହି ଦୁଇ ପଞ୍ଜୀକୃତ ମଦ କାଉଣ୍ଟରରୁ ମଦ କ୍ରୟ କରୁଥିବା ବେଳେ ବ୍ଲକର ବିଭିନ୍ନ ଗ୍ରାମକୁ କାଉଣ୍ଟର କର୍ମଚାରୀ ପେଟି ପେଟି ମଦ ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ଠିପି ଖୋଳା କାଉଣ୍ଟର ହେଉ କି ଠିପି ବନ୍ଦ କାଉଣ୍ଟର,ଉଭୟ ଦୋକାନରୁ ଶହ ଶହ ପେଟି ମଦ ଚାଲାଣ କରାଯାଉଥିବା ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳରେ ରହିଥିବା ଛୋଟିଆ ବ୍ୟବସାୟୀ ମାନଙ୍କ ନିକଟରେ ପହଂଚି ଯାଉଛି ବିଦେଶୀ ମଦ। କାଉଣ୍ଟରରେ ବିକ୍ରୀ ଚାଲିଥିବା ବେଳେ ବିଭିନ୍ନ ଗ୍ରାମକୁ ମଦ ବିକ୍ରି ଲାଗି ପଠା ଯାଉଛି। ଅନ୍ୟପକ୍ଷେ ନକଲି ମଦ ବିକ୍ରି ହେଉଥିବା ମଧ୍ୟ ଗ୍ରାହକ ଅଭିଯୋଗ କରୁଛନ୍ତି। ଖୋଲମ ଖୋଳା ଦିବାଲୋକରେ ହେଉକି ରାତ୍ରୀରେ ହେଉ, ପେଟି ପଟି ମଦ ଖୁଚୁରା ବ୍ୟବସାୟୀ ଆସି ମଦ କିଣି ନେଉଛନ୍ତି। ଯାହାକି ନିୟମ ଭଂଗ ହେଉଥିବା ଦୃଷ୍ଟିଗୋଚର ହେଉଛି। ଶହ ଶହ ଶିକ୍ଷିତ ଯୁବକଙ୍କ ମଦ ପ୍ରତି ଅହେତୁକ ଆତୁରତା ଦେଖିବାକୁ ମିଳୁଛି। ଶୃଙ୍ଖଳିତ ସମାଜ ଓ ରାଷ୍ଟ୍ରର ପ୍ରଗତିରେ ଯୁବଶକ୍ତିର ଆବଶ୍ୟକତା ରହିଥିବା ବେଳେ ଯୁବ ଗୋଷ୍ଠି ନିଶା କବଳରେ ରହିବା ପରିବାର ଓ ସମାଜ ପାଇଁ କ୍ଷତିକାରକ ଓ ବିପଦପୂର୍ଣ୍ଣ ହେବ। ଝରିଗାଁ ପୋଲିସ ଥାନା ଠାରୁ ୪ ଶହ ମିଟର ବ୍ୟବଧାନରେ ରହିଛି ଠିପି ଖୋଲା ବିଦେଶୀ ମଦ ଦୋକାନ,ଆଉ ବିଦେଶୀ ଠିପି ଖୋଲା ବାର କାଉଣ୍ଟର ରହିଛି ଝରିଗାଁ-ଡ଼ାବୁଗାଁ ମୁଖ୍ୟ ରାସ୍ତା କଲେଜ ନିକଟରେ। ମନ୍ଦିର ,ବିଦ୍ୟାଳୟ ସରକାରୀ କାର୍ଯ୍ୟାଳୟ ନିକଟରେ ମଦ ଦୋକାନ ଖୋଲିବା ଗାଇଡ୍ ଲାଇନ୍ ରେ ନଥିବା ବେଳେ ଦୁଇଟି ଦୋକାନ ସ୍ଥିତି ଉଚିତ୍ ଜାଗାରେ ନଥିବା କହୁଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ପଞ୍ଜୀକୃତ ବିଦେଶୀ ମଦ ଦୋକାନ କେବଳ କାଉଣ୍ଟରରେ ବିକ୍ରୀ କରିବାକୁ ନିୟମ ରହିଥିଲେ ମଧ୍ୟ ନିୟମ ଖୋଲାଖୋଲି ଉଲଂଘନ ହେଉଥିବା ଅଭିଯୋଗ କରୁଛନ୍ତି ଅଞ୍ଚଳବାସୀ। ନିଶାଗ୍ରସ୍ତ ଯୁବ ସମାଜ ବିଭିନ୍ନ ଅପ୍ରୀତିକର କାର୍ଯ୍ୟ ବା ହିଂସା ବୃଦ୍ଧି କାର୍ଯ୍ୟରେ ଲିପ୍ତ ରହୁଥିବା ବେଳେ ଯାନବାହାନ ଚଳାଚଳ ବେଳେ ଦୁର୍ଘଟଣାର ଶିକାର ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ପାରିବାରିକ ବିବାଦ ବିଶୃଙ୍ଖଳିତ କାର୍ଯ୍ୟ କଲାପ ବୃଦ୍ଧି ପାଇବାର ସମ୍ଭାବନା ଅଧିକ ମାତ୍ରାରେ ରହୁଛି। ମଦ୍ୟପାନ କରି ଯାନବାହାନ ଚଳାଚଳରେ ଦୁର୍ଘଟଣା ଘଟି ଏକାଧିକ ଲୋକଙ୍କ ମୃତ୍ୟୁ ଘଟଣା ଦେଖିବାକୁ ମିଳୁଛି। ଏକ୍ସସାଇଜ୍ ବା ଅବକାରୀ ବିଭାଗ ଛୋଟମୋଟ ଦେଶୀ ମଦ ବ୍ୟବସାୟୀକୁ ଧରି ବାହାବା ନେଉଥିବା ବେଳେ, ପଞ୍ଜୀକୃତ ବିଦେଶୀ ମଦ ଦୋକାନ ଲାଗି କୌଣସି ଆଇନ କାନୁନ ନଥିବା ଏବଂ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ଗଣ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User