ଦୁର୍ଗାପୂଜା ପାଇଁ ପାପଡାହାଣ୍ଡିରେ ଜୋର ଧରିଛି ପ୍ରସ୍ତୁତି ।

Sep 10, 2025 - 08:20
0 99
ଦୁର୍ଗାପୂଜା ପାଇଁ ପାପଡାହାଣ୍ଡିରେ ଜୋର ଧରିଛି ପ୍ରସ୍ତୁତି ।

ପାପଡାହାଣ୍ଡି,୧୦l୯ (ଷ୍ଟାର ନିୟୁଜ ଓଡିଶା ): ଚଳିତ ବର୍ଷର ଶାରଦୀୟ ଦୁର୍ଗାପୂଜା ପାଇଁ ଏବେଠୁ ପାପଡାହାଣ୍ଡି ସହର ଚଳଚଞ୍ଚଳ ହୋଇ ଉଠିଛି |ପାପଡାହାଣ୍ଡିର ସାର୍ବଜନୀନ ଦୁର୍ଗାପୂଜା କମିଟି ବସଷ୍ଟାଣ୍ଡ ଏବଂ ଶ୍ରୀ ଶ୍ରୀ ଶ୍ରୀ ଦୁର୍ଗାପୂଜା କମିଟି ମନ୍ଦିର ସାହି ଠାରେ ନିର୍ମାଣ ଚାଲିଛି ପୂଜା ମେଢ଼ |ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ହେଉଥିବା ପୂଜାରେ କେନ୍ଦ୍ରାପଡ଼ା ଜିଲ୍ଲାର କମଳାକାନ୍ତଙ୍କ ନେତୃତ୍ୱରେ ମୂର୍ତ୍ତି କାମ ଚାଲିଥିବା ବେଳେ ପାପଡାହାଣ୍ଡି ତ୍ରିନାଥ ଟେଣ୍ଟ ହାଉସ ମଣ୍ଡପର ସାଜସଜା ଏବଂ ତୋରଣ କାର୍ଯ୍ୟ ପାଇଁ କୋଲକାତାରୁ ଦିଲୀପଙ୍କ ନେତୃତ୍ୱରେ 25 ଜଣିଆ କାରିଗର ଦଳ ମେଡ଼ ଓ ତୋରଣ କାର୍ଯ୍ୟ ଚାଲିଛି |ଚଳିତ ବର୍ଷ ଏଠାରେ ପୁରୀ ଜଗନ୍ନାଥ ମନ୍ଦିର ଆକୃତିର ମେଢ ତିଆରି ଚାଲିଥିବା ବେଳେ ଏଠାରେ ଚଳିତ ବର୍ଷ 22 ତମ ଦୁର୍ଗାପୂଜା ଅନୁଷ୍ଠିତ ହେଉଅଛି |ଠିକ ସେହିପରି ପାପଡାହାଣ୍ଡିର ଶ୍ରୀ ଶ୍ରୀ ଶ୍ରୀ ଦୁର୍ଗାପୂଜା କମିଟି ପକ୍ଷରୁ ମନ୍ଦିର ସାହି ଠାରେ ଚଳିତ ବର୍ଷ ଅକ୍ଟୋବର 2 ତାରିଖ ଅନୁଷ୍ଠିତ ହେଉଥିବା ବିଜୟା ଦଶମୀ ଉପଲକ୍ଷେ ମୂର୍ତ୍ତି କାରିଗର ସ୍ଥାନୀୟ ପିଲକା ଗ୍ରାମର ସୁବାସ ଭଟ୍ଟ ମେଢ ଏବଂ ତୋରଣ ସାଜସଜା ପାଇଁ କୋଲକାତା କାରିଗର ଶୁଭଜିତ ଭୂୟାଁ ଏବଂ ଜଗା ଙ୍କ ନେତୃତ୍ୱରେ 18 ଜଣିଆ କାରିଗର ଦଳ ଜନ୍ମାଷ୍ଟମୀ ଭୂମିପୂଜନ ଠାରୁ ନିୟଜିତ ରହିଛନ୍ତି | ସେହିପରି ମଣ୍ଡପରେ ସାଜସଜା ପାଇଁ ଭୁବନେଶ୍ୱରର ଚିତ୍ତବାବୁ ଏବଂ ଶିଶିରଙ୍କ ନେତୃତ୍ୱରେ 7 ଜଣିଆ କାରିଗର ଦଳ ନିୟୋଜିତ ରହିଛନ୍ତି | ଚଳିତ ବର୍ଷର ଏଠାରେ 26 ତମ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ପାଇଁ ବୃନ୍ଦାବନର ପ୍ରେମ ମନ୍ଦିର ଆକୃତିର ମେଢ଼ ନିର୍ମାଣ କରାଯାଉଥିବା ସୂଚନା ମିଳିଛି | 

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User